previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୁକ୍ରବାର ବଜାର ମାନ୍ଦା, ଲାଲ୍ ରଙ୍ଗରେ ଖୋଲିଲା ନିଫ୍ଟି ଓ ସେନସେକ୍ସ
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୫୬୧ କରୋନା ପଜିଟିଭ୍
  • ||
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ରୁଦ୍ରାକ୍ଷ ଶିବଙ୍କ ପ୍ରତୀକ: ଏହି ଆକୃତିର ରୁଦ୍ରାକ୍ଷ ପିନ୍ଧିଲେ ମିଳିଥାଏ ଶୁଭ ଫଳ, ଜାଣନ୍ତୁ କେମିତି ହୋଇଥିଲା ରୁଦ୍ରାକ୍ଷର ସୃଷ୍ଟି

26/07/2019 at 8:20 PM

ହିନ୍ଦୁ ଧର୍ମରେ ଲୋକମାନେ ସାଧାଣରତଃ ସବୁ ଦେବୀଦେବତାଙ୍କୁ ପୂଜା କରିଥାନ୍ତି। ଦେବତାଙ୍କ ମଧ୍ୟରୁ ପ୍ରଭୁ ଶିବ ଶୀଘ୍ର ପ୍ରସନ୍ନ ହୋଇଯାଆନ୍ତି ବୋଲି ପଣ୍ଡିତମାନେ କହନ୍ତି। ପ୍ରତ୍ୟେକ ଦିନ ଯେଉଁ ଭକ୍ତ ଶିବ ଲିଙ୍ଗରେ ଜଳ ଅର୍ପଣ କରିଥାଏ। ସେହି ଭକ୍ତଙ୍କ ସବୁ ସମସ୍ୟା ଦୂରେଇ ଯାଇଥାଏ ବୋଲି କୁହାଯାଏ। ଅନେକ ଭକ୍ତ ଶିବଙ୍କ କୃପା ପାଇବା ପାଇଁ ବେକରେ ରୁଦ୍ରାକ୍ଷ ଧାରଣ କରିଥାନ୍ତି।

ଉଜୈନର ଜ୍ୟୋତିଷ ପି. ମନିଶ୍ ଶର୍ମାଙ୍କ କହିବାନୁଯାୟୀ, ଶିବଙ୍କ ଆଖିର ଅଶ୍ରୁରୁ ରୁଦ୍ରାକ୍ଷର ଉତ୍ପତ୍ତି ହୋଇଛି।  କୁହାଯାଏ, ପ୍ରଭୁ ଶିବ ବସି ଧ୍ୟାନ କରିବା ସମୟରେ ତାଙ୍କ ଆଖିରୁ ଲୁହ ଝରି ପଡ଼ିଥିଲା। ଶିବଙ୍କ ଲୁହ ତଳେ ପଡ଼ିବା ମାତ୍ରକେ ରୁଦ୍ରାକ୍ଷ ଗଛରେ ପରିଣତ ହୋଇଯାଇଥିଲା। ତେଣୁ ରୁଦ୍ରାକ୍ଷକୁ ଶିବଙ୍କ ପ୍ରତୀକ ବୋଲି କୁହାଯାଏ। ଏକମୁଖୀଠାରୁ ୧୪ ମୁଖୀ ପର୍ଯ୍ୟନ୍ତ ରୁଦ୍ରାକ୍ଷ ବଜାରରେ ମିଳିଥାଏ। ଏହି ରୁଦ୍ରାକ୍ଷର ଅଲଗା ଅଲଗା ମହତ୍ବ ରହିଛି। ରୁଦ୍ରାକ୍ଷର ମହତ୍ବଗୁଣ ବିଷୟରେ ଆସନ୍ତୁ ଜାଣିବା

ପବିତ୍ର ରୁଦ୍ରାକ୍ଷ ଧାରଣ କରିଥିବା ବ୍ୟକ୍ତିମାନେ ଭୁଲ କାମରୁ ନିବୃତ୍ତ ରହିବା ଆବଶ୍ୟକ। ଏଥିସହ ଆମିଶ ଖାଇବେ ନାହିଁ ଓ ସମସ୍ତଙ୍କୁ ସମ୍ମାନ ଦେବେ। ରୁଦ୍ରାକ୍ଷ ଧାରଣ କରିଥିବା ବ୍ୟକ୍ତି ସବୁବେଳେ ବାପା-ମାଆଙ୍କ ସେବା କରିବା ଉଚିତ। ଏହି କଥା ନମାନିଲେ ଆପଣ ରୁଦ୍ରାକ୍ଷଠାରୁ ଶୁଭଫଳ ପାଇ ପାରିବେ ନାହିଁ।   

ଆକାର ଅନୁସାରେ ରୁଦ୍ରାକ୍ଷକୁ ତିନି ଭାଗରେ ବିଭକ୍ତ କରାଯାଇଛି। ଆମ୍ଲାଫଳ ପରି ଦେଖାଯାଉଥିବା ରୁଦ୍ରାକ୍ଷ ସବୁଠାରୁ ଉତ୍ତମ ବୋଲି କୁହାଯାଏ। ବର କୋଳି ଆକାରରେ ଦେଖାଯାଉଥିବା ରୁଦ୍ରାକ୍ଷ ମଧ୍ୟମ ଶୁଭଫଳ ଦେଇଥାଏ। ସବୁଠାରୁ ଛୋଟ ବା ଚଣାଭଳି ଦେଖାଯାଉଥିବା ରୁଦ୍ରାକ୍ଷକୁ ସବୁଠାରୁ କମ୍ ଶୁଭଫଳ ଦେଇଥାଏ।

ଯେଉଁ ରୁଦ୍ରାକ୍ଷ ଭାଙ୍ଗିଯାଇଥିବ କିମ୍ବା ଖରାପ ହୋଇଯାଇଥିବ ଏହି ରୁଦ୍ରାକ୍ଷ ଧାରଣ କରିବା ଉଚିତ ନୁହେଁ। ରୁଦ୍ରାକ୍ଷ ଆକାର ଗୋଲ ନଥିଲେ ଏହାକୁ ମଧ୍ୟ ପିନ୍ଧିବା ଶୁଭ ନୁହେଁ ବୋଲି ଜ୍ୟୋତିଷମାନେ ମତ ଦେଇଛନ୍ତି। ରୁଦ୍ରାକ୍ଷ ମଝିରେ ଆପେ ଆପେ ଛେଦ ହୋଇଗଲେ ଏହି ରୁଦ୍ରାକ୍ଷ ସବୁଠାରୁ ଶୁଭଫଳ ଦେଇଥାଏ।

   Related Posts