ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ି ପାରନ୍ତି ଶିବମ ଦୁବେ, ଏହି ଖେଳାଳିଙ୍କୁ ମିଳିପାରେ ସୁଯୋଗ

Published By : Prameya-News7 Bureau | June 11, 2024 IST

ନୂଆଦିଲ୍ଲୀ: ଭାରତୀୟ ଦଳ ବୁଧବାର ଅର୍ଥାତ ଜୁନ ୧୨ ତାରିଖରେ ଟି-୨୦ ବିଶ୍ଵକପ୍ ୨୦୨୪ରେ ନିଜର ତୃତୀୟ ମ୍ୟାଚ୍ ଖେଳିବ। ଏହି ମୁକାବିଲା ନ୍ୟୁୟର୍କର ନସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ସହ ଆୟୋଜକ ଆମେରିକା ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଦଳରେ ପରିବର୍ତ୍ତନର ସମ୍ଭାବନା ରହିଛି। ଏହା ପଛରେ କୌଣସି ଆଘାତଜନିତ ସମସ୍ୟା ନାହିଁ ବରଂ ଜଣେ ଖେଳାଳିଙ୍କ ଖରାପ ଫର୍ମ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି। ତେଣୁ ତୃତୀୟ ମ୍ୟାଚ୍‌ରେ ଅଲରାଉଣ୍ଡର ଶିବମ ଦୁବେଙ୍କୁ ବାହାରେ ବସିବାକୁ ପଡ଼ିପାରେ। ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିପାରେ।

ଶିବମ ଦୁବେ ଟି-୨୦ ବିଶ୍ଵକପର ପ୍ରଥମ ଦୁଇଟି ମ୍ୟାଚ୍‌ରେ କୌଣସି ଖାସ୍ ପ୍ରଦର୍ଶନ କରି ପାରି ନାହାନ୍ତି। ଗ୍ରୁପ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ସେ ଦୁଇଟି ବଲ୍ ଖେଳି ଖାତା ଖୋଲି ପାରି ନ ଥିଲେ। କିନ୍ତୁ ସେ ଅପରାଜିତ ଥିଲେ ଏବଂ ଦଳ ମ୍ୟାଚ୍ ଜିତି ଯାଇଥିଲା। ଦ୍ଵିତୀୟ  ମ୍ୟାଚ୍‌ରେ ସେ ପାକିସ୍ତାନ ବିପକ୍ଷରେ ୯ଟି ବଲ୍‌ରୁ ମାତ୍ର ୩ ରନ କରି ଆଉଟ୍ ହୋଇଥିଲେ। ଏହା ବ୍ୟତୀତ ଅଭ୍ୟାସ୍ ମ୍ୟାଚ୍‌ରେ ସେ ବାଂଲାଦେଶ ବିପକ୍ଷରେ ୧୬ ବଲ୍‌ରୁ ୧୪ ରନ କରିଥିଲେ। ହେଲେ ବୋଲିଂରେ ଦୁଇଟି ଓ୍ଵିକେଟ୍ ଅକ୍ତିକାର କରିଥିଲେ। 

Also read: ସବୁ ସରକାରୀ କର୍ମଚାରୀଙ୍କୁ ୩୦ ଯାଏ ଛୁଟି ମନା

ଉଲ୍ଲେଖନୀୟ ଯେବେଠୁ ଶିବମ ଦୁବେଙ୍କ ଟି-୨୦ ବିଶ୍ଵକପ୍ ୨୦୨୪ ପାଇଁ ଚୟନ ହୋଇଛି ତେବେଠୁ ତାଙ୍କ ବ୍ୟାଟ୍ ଶାନ୍ତ ରହିଛି। ଏପ୍ରିଲ ମାସର ଶେଷ ଆଡ଼କୁ ଭାରତୀୟ ଦଳର ବିଶ୍ଵକପ୍ ପାଇଁ ଚୟନ ହୋଇଥିଲା। ଏହା ପରଠୁ ଆଇପିଏଲ୍‌ ୨୦୨୪ର ପାଞ୍ଚଟି ଇନିଂସରୁ ଦୁଇଟିରେ ଖାତା ଖୋଲି ପାରି ନ ଥିଲେ ଦୁବେ। ଅବଶିଷ୍ଟ ତିନୋଟି ମ୍ୟାଚ୍‌ରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୨୧ ରନ ଥିଲା। ଏହି କାରଣରୁ ତାଙ୍କୁ ବିଶ୍ଵକପ୍‌ର ପରବର୍ତ୍ତୀ ମ୍ୟାଚ୍‌ରେ ଖେଳାଇବା ନେଇ ପ୍ରଶ୍ନ ଉଠିବାରେ ଲାଗିଛି। କିନ୍ତୁ ଦଳ ପ୍ରବନ୍ଧକଙ୍କ ଦୃଷ୍ଟିରେ ନ୍ୟୁୟର୍କର ପିଚ୍‌ରେ କୌଣସି ବି ବ୍ୟାଟରଙ୍କୁ ବ୍ୟାଟିଂ କରିବା  ସହଜ ନୁହେଁ। ତେଣୁ ତାଙ୍କୁ ଆଉ ଆଉ ଏକ ମ୍ୟାଚ୍‌ ଖେଳିବାୁର ସୁଯୋଗ ମିଳିପାରେ।

ଦୁବେଙ୍କୁ ଆଉ ଏକ ମ୍ୟାଚ୍‌ରେ ସୁଯୋଗ ଦେବା ପଛର ଏହା ମଧ୍ୟ କାରଣ ହୋଇପାରେ ଯେ, ଲିଗ୍ ପର୍ଯ୍ୟାୟରେ ଭାରତର ଦୁଇଟି ମ୍ୟାଚ୍ ବାକି ଅଛି। ଯଦି ତୃତୀୟ  ମ୍ୟାଚ୍‌ରେ ଶିବମ ଦୁବେ ବିଫଳ ହୁଅନ୍ତି ତେବେ ଚତୁର୍ଥ ମ୍ୟାଚ୍‌ରେ ସଞ୍ଜୁ ସାମସନଙ୍କୁ ସୁଯୋଗ ଦିଆଯାଇପାରିବ। ଏହିପରି ସୁପର ୮ ପୂର୍ବରୁ ସଞ୍ଜୁ ସାମସନ ଲିଗ୍ ମ୍ୟାଚ୍ ଖେଳି ନିଜକୁ ପରଖି ପାରିବେ। ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ରଣନୀତି ଉପରେ ନଜର ପକାଇବେ ତେବେ ଉନିଜ ଖେଳାଳିଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେଇଥାନ୍ତି। ତେଣୁ ଦଳର ତୃତୀୟ ମ୍ୟାଚ୍‌ରେ ଶିବମ ଦୁବେଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦେବାର ସମ୍ଭାବନା କମ ରହିଛି। 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.