CSK ଷ୍ଟାର ଶିବମ୍‌ ଦୁବେ-ଅଞ୍ଜୁମ୍‌ ଖାନ୍‌ଙ୍କ ନିଆରା ଲଭଷ୍ଟୋରୀ, ଜାଣନ୍ତୁ କିପରି ହୋଇଥିଲା ବିବାହ...

Published By : Prameya-News7 Bureau | April 14, 2022 IST

ନୂଆଦିଲ୍ଳୀ ୧୪।୦୪ : ଚେନ୍ନାଇ ସୁପର କିଙ୍ଗ୍ସ ଅଲରାଉଣ୍ଡର ଶିବମ ଦୁବେ । କହିବାକୁ ଗଲେ ଆରସିବି ବିପକ୍ଷରେ ଏକ ଚମତ୍କାର ପ୍ରଦର୍ଶନ କରି ବେଶ୍ ଚର୍ଚ୍ଚାକୁ ଆସିଥିଲେ । ଯେଉଁଥିପାଇଁ ଶିବମ୍‌ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । କ୍ରିକେଟ୍‌ରେ ସେ ଯେପରି ବ୍ୟକ୍ତି ଗତ ଜୀବନରେ ମଧ୍ୟ ସେହିଭଳି। ତେବେ ସୋସିଆଲ ମିଡିଆରେ ତାଙ୍କ ବିଷୟରେ ଅନେକ ଆଲୋଚନା ହେଉଛି । ତାହା ବୃତ୍ତିଗତ ଠାରୁ ଆରମ୍ଭ କରି ବ୍ୟକ୍ତଗତ ଜୀବନ ଯାଏଁ । ବିଶେଷ କରି କ୍ରିକେଟ୍‌ ପ୍ରଶଂସକମାନେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ବେଶ୍‌ ଆଗ୍ରହୀ । ତେଣୁ ଚାଲନ୍ତୁ ଜାଣିବା ଶିବମ୍‌ ଦୁବେ ତାଙ୍କ ପତ୍ନୀ  ଅଞ୍ଜୁମ୍‌ ଖାନ୍‌ଙ୍କ ବିଷୟରେ ।

{"id":613794,"width":901,"height":506,"sizeSlug":"full","linkDestination":"none"}

ତେବେ ଶିବମ୍ ଦୁବେ ଏବଂ ଅଞ୍ଜୁମ୍ ଖାନ୍ ବର୍ଷ ବର୍ଷ ଧରି ପରସ୍ପରକୁ ଡେଟ୍ କରିଥିଲେ । ସବୁଠାରୁ ବିଶେଷ କଥା ହେଉଛି ଦୁହେଁ ନିଜ ପ୍ରେମ କାହାଣୀକୁ ଗୁପ୍ତ ରଖିଥିଲେ । ପରେ ହଠାତ୍ ପ୍ରକାଶ ପାଇଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଶିବମ୍ ଦୁବେ ତାଙ୍କ ବନ୍ଧୁ ଅଞ୍ଜୁମ ଖାନଙ୍କୁ ଗତ ବର୍ଷ ଜୁଲାଇ ୧୬ରେ ବିବାହ କରିଥିଲେ। ଶିବମ୍ ଦୁବେ ଓ ଅଞ୍ଜୁମ୍‌ ଦୁହେଁ ଦୁଇଟି ରୀତିନୀତିରେ ବିବାହ କରିଥିଲେ ।

wp:gallery {"linkTo":"none"} /wp:gallery

ପ୍ରଥମେ ହିନ୍ଦୁ ପରେ ମୁସଲିମ୍‌ରେ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ଏହି ବିବାହ ପରିବାର ବର୍ଗ ଏବଂ କିଛି ଘନିଷ୍ଠ ବନ୍ଧୁମାନଙ୍କ ମଧ୍ୟରେ ହୋଇଥିଲା। ଯାହା ପରେ ବିବାହ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହୋଇଥିଲା। ବିବାହ କରିବାର ବର୍ଷକ ପରେ ଚଳିତ ବର୍ଷ ଫେବୃଆରୀରେ ଦମ୍ପତିଙ୍କ ଘରେ ଶିଶୁର କନ୍ୟା ଜନ୍ମ ନେଇଥିଲା ।

wp:gallery {"linkTo":"none"} /wp:gallery

ଅଞ୍ଜୁମ ଖାନ ୧୯୮୬ ମସିହାରେ ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ବୃତ୍ତି ଅନୁଯାୟୀ ସେ ଜଣେ ଭାରତୀୟ କଳାକାର । ଅଞ୍ଜୁମ ଆଲିଗଡର ଏକ ବିଶ୍ୱବିଦ୍ୟାଳୟରେ ତାଙ୍କର ପାଠପଢା ସମାପ୍ତ କରିଥିଲେ, ଯେଉଁଠାରେ ସେ ସ୍ନାତକୋତ୍ତର କରି ଏବଂ କଳାରେ ପୋଷ୍ଟ ଗ୍ରାଜ୍ୟୁଏଟ୍‌ କରିଥିଲେ । ଅନ୍ୟପଟେ କହିବାକୁ ଗଲେ ଅଞ୍ଜୁମ ଖାନ ଦେଖିବାକୁ ବହୁତ ସୁନ୍ଦର ଏବଂ ସୋସିଆଲ ମିଡିଆରେ ସେ ତାଙ୍କର ଫଟୋ ଖୁବ୍‌ ସେୟାର କରନ୍ତି ।

{"id":613791,"sizeSlug":"full","linkDestination":"none"}

ବିଶେଷକରି ଶିବମ୍ ଦୁବେଙ୍କୁ ବିବାହ କରିବା ପରେ ତାଙ୍କ ପ୍ରଶଂସକ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । କୁହାଯାଏ ଯେ ଅଞ୍ଜୁମ୍ ମଡେଲିଂକୁ ମଧ୍ୟ ଭଲ ପାଆନ୍ତି । ଅଞ୍ଜୁମ୍ ଖାନ୍ ଏବଂ ଶିବମ୍ ଦୁବେଙ୍କ ଯୋଡି କ୍ରିକେଟ୍ ର ସବୁଠାରୁ ଲୋକପ୍ରିୟ ଯୋଡି । ଉଭୟ ସୋସିଆଲ ମିଡିଆରେ ସେମାନଙ୍କର ସୁନ୍ଦର ଫଟୋ ସେୟାର କରନ୍ତି, ଯାହାକୁ ଦେଖି ଲକ୍ଷ ଲକ୍ଷ ଲୋକ ପସନ୍ଦ କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.