ଶିବରାତ୍ରୀରେ ଏପରି କଟିବ ଆପଣଙ୍କ ଦିନ- ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

Published By : Prameya-News7 Bureau | February 20, 2020 IST

ମେଷ – ଲକ୍ଷ୍ୟ ପୂରଣ ପାଇଁ ପ୍ରଚେଷ୍ଟା ଅବ୍ୟାହତ ରଖିବେ । ବିବେକାନୁମୋଦିତ କାର୍ଯ୍ୟ କରିବେ । ପ୍ରଶଂସା ଓ କର୍ମ ପ୍ରେରଣା ମିଳିବ । ସାଙ୍ଗଠନିକ କ୍ଷେତ୍ରରେ ନେତୃତ୍ୱ ନେବେ । ସ୍ୱାସ୍ଥ୍ୟ ସମସ୍ୟା ଆସିପାରେ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୧ ।


ବୃଷ – ଜୀବନ ଶୈଳୀରେ ବ୍ୟତିକ୍ରମ ସାଧାରଣ ସ୍ୱାସ୍ଥ୍ୟ ଭଙ୍ଗର କାରଣ ହେବ । ସମସ୍ୟା ସମାଧାନ, ଆର୍ଥିକ ଉନ୍ନତି, ସନ୍ତାନ ସୁଖ ଓ ପରୋପକାର କରି ଆତ୍ମସନ୍ତୋଷ ପାଇବେ । ପତିତ ଅର୍ଥ ଉଦ୍ଧାର ପାଇଁ ପ୍ରଚେଷ୍ଟା ଆବଶ୍ୟକ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୪ ।


ମିଥୁନ - ପରିବାରରେ ସ୍ନେହ ସହିଚ୍ଛା ପାଇବେ । ଭୂମି ସମ୍ପର୍କୀୟ ବିବାଦ ଠାରୁ ଦୂରରେ ରହିବା ହିତକର । ମନରେ ଉତ୍ସାହ ଆସିବ । କେତେକ ବିଶେଷ କାର୍ଯ୍ୟ ସହଜରେ ହାସଲ କରିପାରିବେ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୭ ।


କର୍କଟ – ସ୍ୱଚ୍ଛଳତା ଓ ସମ୍ପନ୍ନତା ପ୍ରତି ଆଶାବାଦୀ ହେବେ । ଦେହ ସୁସ୍ଥ ରହିବ । କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବେ । ପାରସ୍ପରିକ ବୁଝାମଣା ସଠିକ୍‌ ରହିବ । ଦୂର ଯାତ୍ରାରେ ସଫଳତା ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।


ସିଂହ – ବୌଦ୍ଧିକ କାର୍ଯ୍ୟରେ ଅଧ୍ଚଳ ସଫଳତା ମିଳିବ । ଜିଦ ଓ କ୍ଷଣକୋପ ଯୋଗୁ ପାରିବାରିକ ଅଶାନ୍ତି ଆସିବ । ଉଚ୍ଚ ବର୍ଗ ସହିତ ସୁସମ୍ପର୍କ ରହିବ । ଗୃହ ଉପକରଣ କ୍ରୟ କରିବେ । ଗୁରୁଜନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାଜନକ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।


କନ୍ୟା – ନିର୍ମାଣମୂଳକ କାର୍ଯ୍ୟରେ ଅହେତୁକ ବିଳମ୍ବ ମନକୁ ଭାରାକ୍ରାନ୍ତ କରିବ । ପାରିବାରିକ ଅଶାନ୍ତି ରହିବ । ପାରିବାରିକ କ୍ଷେତ୍ରରେ ସମନ୍ୱୟ ରକ୍ଷା କରିପାରିବେ । ସାମୟିକ ଭାବରେ ବିଶୃଙ୍ଖଳିତ ସ୍ଥିତି ଆସିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫ ।


ତୁଳା – ଘାତଚନ୍ଦ୍ର ଭୋଗ ହେତୁ ଦିନଟି ଅଶୁଭ ଫଳ ଦାୟକ ହୋଇପାରେ । ମନରେ ଦୁଃଶ୍ଚିନ୍ତା ବଢିବ । କାର୍ଯ୍ୟ ଉପଲକ୍ଷେ ଧନବ୍ୟୟ ଏବଂ ସାମାଜିକ ପ୍ରତିଷ୍ଠା ଲାଭ ହେବ । ଦୂର ଯାତ୍ରାରେ କ୍ଷତି ହୋଇପାରେ । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୯ ।


ବିଛା – ଅର୍ଥାଭାବ କାରଣରୁ କେତେକ କାର୍ଯ୍ୟ ସ୍ଥଗିତ ରଖିବାକୁ ବାଧ୍ୟ ହେବେ । ବନ୍ଧୁ, ପ୍ରିୟଜନମାନେ ସହ ଯୋଗ ଅବ୍ୟାହତ ରଖିବେ । ମଙ୍ଗଳ ଉତ୍ସବରେ ସକ୍ରିୟ ଅଂଶ ଗ୍ରହଣ କରିବେ । ଧର୍ମ ନିଷ୍ଠା ବଢିବ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୧ ।


ଧନୁ – କଲ୍ୟାଣ ଚନ୍ଦ୍ର ଭୋଗ ହେଉଛି । କର୍ମ କ୍ଷେତ୍ରରେ ଉତ୍ସାହ ଓ ଅନୁପ୍ରେରଣା ଲାଭ କରିବେ । ସରକାରୀ ସ୍ତରରୁ ଅର୍ଥାଗମ ଯୋଗ ଭୋଗ ହେବ । ମାନସିକ ଶାନ୍ତି ଅବ୍ୟାହତ ରହିବ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୭ ।


ମକର – ସମଷ୍ଟିଗତ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରିବେ । ଆବଶ୍ୟକତା ଠାରୁ ଅଧିକ ବ୍ୟୟ ଭାର ମଧ୍ୟ ପଡିବ । ପରିବାରର ସଦସ୍ୟମାନେ ସହ ଯୋଗ ପ୍ରଦାନ କରିବେ । ବସ୍ତ୍ରଭୂଷଣ ଲାଭ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।


କୁମ୍ଭ - ଶୁଭ ଦିନଟିଏ । କିଛି ଲୋକଙ୍କୁ ଆପଣାର କରିବେ । ଅନ୍ୟମାନଙ୍କର ପ୍ରିୟଭାଜନ ହେବେ । ପରିବାରରେ ଉତ୍ତମ ବୁଝାମଣା ରହିବ । ସୁଭୋଜନ ମିଳିବ । ସାହିତ୍ୟ ଗଠନ ଓ ଆଧ୍ୟାତ୍ମିକ ରୁଚି ଅଧିକ ହେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।


ମୀନ - ମାନସିକ ଦୁଃଖ ଅନୁଶୋଚନ ଲାଘବ ହେବ । ଦେହ ସୁସ୍ଥ ରହିବ । ନୂତନ ଉଦ୍ୟମକୁ ସଫଳ କାର୍ଯ୍ୟରୂପ ଦେଇପାରିବେ । ଦୟା ଧର୍ମ, ଭାବ ବଢିବ । ଗୁରୁ ଦେବତା ବ୍ରାହ୍ମଣ ଭକ୍ତି ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ଶିବଙ୍କ ଆରଧନା କରିବା ସହ ଶିବ ପଞ୍ଚାକ୍ଷରୀ ମନ୍ତ୍ର ଓଁ ନମଃ ଶିବାୟ ଜପ କରନ୍ତୁ ଅନେକ ସୁଫଳ ପାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.