oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ସିନ୍ଧେଙ୍କ ରୋକ୍ ଠୋକ୍- ଶିବସେନାକୁ ଫେରିବି ନାହିଁ, ଖାଲି ହାତରେ ଫେରିଲେ ଉଦ୍ଧବଙ୍କ ପ୍ରତିନିଧି

21/06/2022 at 7:29 PM

ସୁରଟ: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଛି ହଟଚମଟ । ବିଦ୍ରୋହୀ ନେତା ଏକନାଥ ସିନ୍ଧେଙ୍କୁ ମନାଇବାରେ ବିଫଳ ଶିବସେନା । ଗୁଜରାଟର ସୁରଟ ସ୍ଥିତ ଏକ ହୋଟେଲରେ ଭେଟିବାକୁ ପହଞ୍ଚିଥିବା ଉଦ୍ଧବ ଠାକରେଙ୍କ ପ୍ରତିନିଧିଙ୍କୁ ସିନ୍ଧେ ସ୍ପଷ୍ଟ ଜବାବ ଦେଇଛନ୍ତି । ସେ କହିଛନ୍ତି, ହିନ୍ଦୁତ୍ୱ ଛାଡିଥିବା ଶିବସେନାକୁ ତାଙ୍କର ଫେରିବା ଏବେ ସମ୍ଭବ ନୁହେଁ । ଏକନାଥ ସିନ୍ଧେଙ୍କ ଏହି ଆଭିମୁଖ୍ୟ ମହାବିକାଶ ଅଘାଡି ସରକାରକୁ ଆହୁରି ସଙ୍କଟରେ ପକାଇପାରେ।

ମହାରାଷ୍ଟ୍ରରେ ସୃଷ୍ଟି ରାଜନୈତିକ ଝଡକୁ ପ୍ରଶମିତ କରିବା ପାଇଁ ଜୁଟିଥିବା ଶିବସେନାର ଉଦ୍ୟମ ଫିକା ପଡୁଥିବା ଦେଖିବାକୁ ମିଳିଛି । ପ୍ରାୟ ୩୦ ବିଧାୟକଙ୍କୁ ନେଇ ସୁରଟର ଏକ ହୋଟେଲରେ ଡେରା ପକାଇଥିବା ସିନ୍ଧେ ନରମ ପଡିବା ପରି ଲାଗୁନାହାନ୍ତି। ତାଙ୍କୁ ମନାଇବା ପାଇଁ ଉଦ୍ଧବ ଠାକରେ ଶିବସେନା ବିଧାୟକ ମିଲିନ୍ଦ ନାର୍ଭେକରଙ୍କୁ ସୁରଟ ପଠାଇଥିଲେ । ମାତ୍ର ସିନ୍ଧେ ସିଧା ସିଧା କହି ଦେଇଛନ୍ତି ଯେ, ମୁଁ ହିନ୍ଦୁତ୍ୱ ସହିତ ରହିଛି ଏବଂ ଶିବସେନା ହିନ୍ଦୁତ୍ୱ ଛାଡି ସାରିଛି । ଏବେ ମୁଁ ଶିବସେନାକୁ ଫେରିବି ନାହିଁ । ସିନ୍ଧେ ନିଜର ଟୁଇଟର ବାୟୋରୁ ଶିବସେନାର ଫଟୋ ମଧ୍ୟ ହଟାଇ ଦେଇଛନ୍ତି ।

ଖାଲି ହାତରେ ଫେରିଲେ ନାର୍ଭେକର ଏବଂ ପାଠକ

ଏକନାଥ ସିନ୍ଧେଙ୍କୁ ମନାଇବାରେ ବିଫଳ ହେବା ପରେ ଉଦ୍ଧବଙ୍କ ପ୍ରତିନିଧି ଖାଲି ହାତରେ ମୁମ୍ବାଇ ଫେରିଛନ୍ତି । ମିଲିନ୍ଦ ନାର୍ଭେକର ଏବଂ ରବି ପାଠକଙ୍କୁ ସୁରଟ ସ୍ଥିତ ଲି ମେରେଡିୟନ ହୋଟେଲରୁ ବାହାରୁଥିବା ଦେଖିବାକୁ ମିଳିଛି । ସିନ୍ଧେ ନିଜ ଆଭିମୁଖ୍ୟରେ ଅଟଳ ରହିଛନ୍ତି । ସିନ୍ଧେ ଚାହାନ୍ତି ଯେ, ଶିବସେନା ଏବଂ ବିଜେପି ମିଶି ସରକାର ଗଢନ୍ତୁ । ତାଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ସରକାର ପ୍ରତି ବିପଦ ଘନେଇବାରେ ଲାଗିଛି । ସେପଟେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ମୁଖ୍ୟ ବିରୋଧୀ ବିଜେପି ।

   Related Posts