ଉତ୍ତର ପ୍ରଦେଶରେ ଦଳକୁ ମଜଭୁତ କରିବ ଶିବସେନା; ୩୦ ଜିଲ୍ଲା ମୁଖ୍ୟ ନିଯୁକ୍ତି ଘୋଷଣା
11/09/2022 at 10:52 AM

ଲକ୍ଷ୍ନୌ: ବିଜେପି ସହ ଟକ୍କର ଦେବାକୁ ବାହାରିଛି ଶିବସେନା। ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଦଳ। ମହାରାଷ୍ଟ୍ରରେ ଶିବସେନା ସରକାର ଗଡ଼ିବା ପରେ ବିଜେପି ସହ ଆସନ ମେଚ୍ କରିବାକୁ ଚାହୁଁଛି ଦଳ। ଉତ୍ତର ପ୍ରଦେଶରେ ବିଜେପିକୁ ଅଧିକ ଶକ୍ତି ମିଳୁଥିବାରୁ ଦେଶରେ ଦଳର ପ୍ରଭାବ ରହିଛି। ଏକଥା ଶିବସେନା ଭଲଭାବରେ ଜାଣିବା ପରେ ଉତ୍ତର ପ୍ରଦେଶରେ ବିଜେପିକୁ ଦୁର୍ବଳ କରିବା ପାଇଁ ସେଠାରେ ନିଜ ଦଳର ସଂଗଠନକୁ ମଜଭୁତ କରୁଛି।
ରାଜ୍ୟର ୩୦ ଜିଲ୍ଲାରେ ଜିଲ୍ଲାମୁଖ୍ୟ ନିଯୁକ୍ତି କରିଛି ଦଳ। ଜିଲ୍ଲା ମୁଖ୍ୟଙ୍କ ନାଁ ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ଶିବସେନା ସଭାପତି ଅନୀଲ ସିଂହ। ଏହା ଛଡ଼ା ସେ ନିଜେ ରାଜ୍ୟର ପ୍ରତି ଜିଲ୍ଲା ଭ୍ରମଣ କରିବେ। ଏବଂ ପ୍ରତି ଜିଲ୍ଲାରେ ନିର୍ବାଚନ ଲଢ଼ିବା ପାଇଁ ଦଳକୁ ମଜଭୁତ କରିବା ଦିଗରେ କାମ କରିବେ ବୋଲି ଅନୀଲ ସଂହ କହିଛନ୍ତି।
କେବଳ ଲୋକସଭା ନିର୍ବାଚନ ନୁହେଁ ଚଳିତ ବର୍ଷ ହେବାକୁ ଥିବା ମ୍ୟୁନିସିପାଲ ନିର୍ବାଚନ ବି ଲଢିବ ଦଳ। ରାଜ୍ୟରେ ଶିବସେନାକୁ ମଜଭୁତ କରିବା ପାଇଁ ଦଳର ବଡ଼ ବଡ଼ ନେତା ବି ରାଜ୍ୟ ଭ୍ରମଣରେ ଆସି ଦଳକୁ ମଜଭୁତ କରିବେ ବୋଲି ରାଜ୍ୟ ସେନା ସଭାପତି ଅନୀଲ ସିଂହ କହିଛନ୍ତି।