ମହାରାଷ୍ଟ୍ରରେ ୫୦-୫୦ ଫର୍ମୁଲା :ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଶିବସେନାର ଚାପ

Published By : Prameya-News7 Bureau | October 27, 2019 IST

ମୁମ୍ବାଇ ୨୭/୧୦: ମହାରାଷ୍ଟ୍ରରେ ସରକାର ଗଢିବା ଫର୍ମୁଲା ଏଯାଏଁ ସ୍ପଷ୍ଟ ହୋଇନି ।  ୨୦୧୪ତୁଳନାରେ ବିଜେପି କମ ଭୋଟ ପାଇଛି, ଯାହା ଶିବସେନାକୁ ମନଚାହିଁ ସୌଦା କରିବାକୁ ମଉକା ମିଳିଯାଇଛି ।ପ୍ରଥମେ କଂଗ୍ରେସ ନେତା ପୃଥ୍ବୀରାଜ ଚୌହାଣଙ୍କ ଅଫର, ୫୦-୫୦ ଫର୍ମୁଲା ନେଇ ଶିବସେନାର ଦାବି, ଶିବସେନା ମୁଖପତ୍ର ସାମନାରେ କାର୍ଟୁନ ମାଧ୍ୟମରେ ଟାର୍ଗେଟ୍ ମହାରାଷ୍ଟ୍ର ରାଜନୀତିକୁ ରୋଚକ କରିଛି ।  ଶିବସେନା ମୁଖ୍ୟମନ୍ତ୍ରୀ ପଦ ମୋହରେ ପଡିଛି । 

ନିର୍ବାଚନ ପ୍ରଚାର ସମୟରୁ ଶିବସେନା କହି ଆସୁଥିଲା ପୁଣି ଜଣେ ଶିବ ସୈନିକ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନରେ ବସିବ ।  ଆଦିତ୍ୟ ଠାକରେଙ୍କୁ ଭାବି ମୁଖ୍ୟମନ୍ତ୍ରୀ ଭାବରେ ଶିବସେନା ମଧ୍ୟ ପ୍ରୋଜେକ୍ଟ କରିଥିଲା ।  ସେହିପରି ଫିପଟି ଫିପଟି ଫର୍ମୁଲା ବିଜେପି ଲିଖିତ ଭାବେ ପ୍ରତିଶ୍ରୁତି ଦେବାକୁ ଅଡି ରହିଛି ଶିବସେନା।   ସେପଟେ କଂଗ୍ରେସ  ଅଣବିଜେପି ସରକାର ବନାଇବା ଲାଗି ରଣନୀତି କରୁଛି ।  

ଶିବସେନା ସହ ମେଣ୍ଟ କରି କଂଗ୍ରେସ ଓ NCP ମହାରାଷ୍ଟ୍ର  ଅଙ୍କ ଓଲଟ ପାଲଟ କରିଦେବାର ସମ୍ଭାବନା ମଧ୍ୟ ରହିଛି ।  ଅନ୍ୟପଟେ ଶିବସେନା ମଧ୍ୟ ମନଚାହିଁ ପଦ ନମିଳିଲେ ଅଲଗା ରାସ୍ତା ବାଛିବ ବୋଲି ଇସାରା ଦେଇ ଚାଲିଛି ।   ଏପଟେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନାର ଦାବିକୁ ବିଜେପି ଗ୍ରହଣ କରିବାକୁ ରାଜି ନଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.