ଶିବସେନା ନେତ୍ରୀ ପ୍ରିୟଙ୍କା ଚର୍ତୁବେଦୀଙ୍କୁ ଟ୍ବିଟରରେ ମିଳିଲା ହତ୍ୟା ଧମକ : ମାମଲା ରୁଜୁ

Published By : Prameya-News7 Bureau | October 31, 2019 IST

ମୁମ୍ବାଇ ୩୧/୧୦: କଂଗ୍ରେସ ହାତ ଛାଡ଼ି ଶିବସେନାରେ ଯୋଗ ଦେଇଥିବା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀଙ୍କୁ ଟ୍ବିଟରରେ ଜୀବନରେ ମାରି ଦେବାକୁ ଧମକ ମିଳିଛି। ଟ୍ବିଟର ଜରିଆରେ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇଛି।

wp:core-embed/twitter {"url":"https://twitter.com/priyankac19/status/1189607312517926912?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1189607312517926912\u0026ref_url=https%3A%2F%2Faajtak.intoday.in%2Fstory%2Fshiv-sena-leader-priyanka-chaturvedi-death-threat-twitter-fir-police-investigation-1-1133256.html","type":"rich","providerNameSlug":"twitter","className":""}
https://twitter.com/priyankac19/status/1189607312517926912?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1189607312517926912&ref_url=https%3A%2F%2Faajtak.intoday.in%2Fstory%2Fshiv-sena-leader-priyanka-chaturvedi-death-threat-twitter-fir-police-investigation-1-1133256.html
/wp:core-embed/twitter

ଆଶିଷ ନାମକ ଟ୍ବିଟର ୟୁଜର ଶିବସେନା ନେତ୍ରୀ ପ୍ରିୟଙ୍କା ଚର୍ତୁବେଦୀ ଏବଂ ଶିବସେନାର ନଗର ସେବିକା ଶୀତଲ ମହାତ୍ରେଙ୍କ ବିରୋଧରେ ଅଶାଳୀନ ଭାଷା ବ୍ୟବହାର କରି ଜୀବନରେ ମାରି ଦେବାକୁ ଧମକ ଦେଇଛି।

ପ୍ରିୟଙ୍କା ଚର୍ତୁବେଦୀ ଏହି ମାମଲାର ସୂଚନା ଦେଇ ନିଜ ଅଫିସିଆଲ ଟ୍ବିଟର ହ୍ୟାଣ୍ଡଲରୁ ଧମକ ଦେଇଥିବା ବ୍ୟକ୍ତିର ଟ୍ବିଟର ସେୟାର କରିଛନ୍ତି। ପ୍ରିୟଙ୍କା ଚର୍ତୁବେଦୀ ଲେଖିଛନ୍ତି ଯେ ‘ସେ ଅସହମତି ସହି ପାରିବେ, କିନ୍ତୁ ଧକ ନୁହେଁ।’

ଟ୍ବିଟରରେ ମିଳିଥିବା ଧମକ ମାମଲାରେ ପ୍ରିୟଙ୍କା ଚର୍ତୁବେଦୀ ,ଶୀତଲ ମହାତ୍ରେ ଏବଂ ରାହୁଲ କନଲଙ୍କ ସହାୟତାରେ ପୋଲିସ ନିକଟରେ ଅଭିଯୋଗ କରି ମାମଲା ରୁଜୁ କରିଛନ୍ତି। ଏଥି ଯୋଗୁଁ ପ୍ରିୟଙ୍କା ଶିବସେନାର ନେତା ଏବଂ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.