ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଶପଥ ପରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଉଦ୍ଧବ – ସାଧାରଣ ଲୋକଙ୍କର ପଇସା ଅଯଥା ଖର୍ଚ୍ଚ ନ କରିବାକୁ ତାଗିଦ୍

29/11/2019 at 8:55 PM

ମୁମ୍ବାଇ ୨୯।୧୧ –  ଗତକାଲି ଶପଥ ପରେ ଆଜି ଦାୟିତ୍ବ ନେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଦାୟିତ୍ବ ନେବା ପରେ ବିଭିନ୍ନ ବିଭାଗର  ସଚିବ ଏବଂ ଅଫିସରଙ୍କ ସହ ବୈଠକ ଉଦ୍ଧବ କରିଥିଲେ। ସାଧାରଣ ଲୋକଙ୍କ ପଇସା ଯେଭଳି ଅଯଥାରେ ଖର୍ଚ୍ଚ ନ ହୁଏ ଏ ନେଇ ସେ ତାଗିଦ୍ କରିଛନ୍ତି। ଅଫିସରଙ୍କ ସହ ମିଟିଂ ପରେ ମିଡିଆ ସହ ସାକ୍ଷାତ କରିଥିଲେ ଉଦ୍ଧବ । ମୋ ପରିବାରରୁ କେହି ସିଧାସଳଖ ସରକାର ଚଳାଇ ନାହାନ୍ତି । ମେ।ର ପୁରା ଜୀବନରେ ୨ରୁ ୩ଥର ମନ୍ତ୍ରଣାଳୟ ଯାଇଥିବା ଉଦ୍ଧବ କହିଥିଲେ ।

ତେବେ ମହାରାଷ୍ଟ୍ରର ବର୍ତ୍ତମାନର ଅବସ୍ଥାକୁ ନେଇ ଚିନ୍ତାପ୍ରକଟ କରିଥିଲେ ନୂଆ ମୁଖ୍ୟମନ୍ତ୍ରୀ । ଏତେ ବର୍ଷ ପରେ ବି ମହାରଷ୍ଟ୍ରର ଅବସ୍ଥା ସୁଧୁରିପାରିନି । ତେବେ ଦାୟିତ୍ବ ନେବା ପରେ ମୁମ୍ବାଇଆରେରେ ମେଟ୍ରେ। ସେଡ କାମ ଅଟକାଇ ଦେଇଛନ୍ତି ଉଦ୍ଧବ । କିନ୍ତୁ ମେଟ୍ରେ। କାମ ବନ୍ଦ ହେବନି ବେ।ଲି ସେ କହିଛନ୍ତି । ତେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦାୟିତ୍ବ ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ରହିବ । ତେଣୁ ସମସ୍ତଙ୍କ ସହଯେ।ଗ କାମନା କରିଛନ୍ତି ଉଦ୍ଧବ

ଆସନ୍ତା କାଲି ମହାରାଷ୍ଟ୍ରରେ ଆସ୍ଥାଭୋଟର ସମ୍ମୁଖୀନ ହେବେ ଶିବସେନା-କଂଗ୍ରେସ-ଏନସିପି ମେଣ୍ଟ ସରକାର । ଗତକାଲି ଐତିହାସିକ ଶିବାଜୀ ପାର୍କରେ ଶପଥ ନେଇଥିଲେ ଉଦ୍ଧବ ଠାକରେ । ତେବେ ମହାରାଷ୍ଟ୍ର ବିଧାନ ମଣ୍ଡଳ ସୁତ୍ରରୁ ଜଣାପଡିଛି ଯେ ଶନିବାର ଦିନ ଅପରାହ୍ଣ ୨ଟାରେ  ଶିବସେନା-କଂଗ୍ରେସ-ଏନସିପିକୁ ନେଇ ଗଠିତ ମହାବିକାଶ ଅଗାଡି ସରକାର ଆସ୍ଥାଭୋଟର ସମ୍ମୁଖୀନ ହେବେ ।

ତେବେ ଆସ୍ଥାଭୋଟରେ ଉଦ୍ଧବ ସରକାର ସହଜରେ ଉତ୍ତୀର୍ଣ୍ଣ ହେବାର ସମ୍ଭାବନା ରହିଛି । କାରଣ ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ ୧୪୫ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ହେଉଥିବାବେଳେ ମେଣ୍ଟ ପାଖରେ ଆବଶ୍ୟକ ସଂଖ୍ୟା ରହିଛି । କାଲି କଂଗ୍ରେସ, ଶିବସେନା ଓ ଏନସିପିର ମୋଟ ୬ ଜଣ ମନ୍ତ୍ରୀ ଯଥା ଶିବସେନାର ଏକନାଥ ସିନ୍ଦେ, ସୁଭାଷ ଦେଶାଇ, ଏନସିପିର ଛଗନ ଭୁଜବଳ, ଜୟନ୍ତ ପାଟିଲ, କଂଗ୍ରେସର ବାଲାସାହେବ ଥୋରାଟ ଓ ନିତିନ ପାଟିଲ ଶପଥ ନେଇଥିଲେ  ।

   Related Posts