ଶିବ-ପାର୍ବତିଙ୍କ ନଗର ପରିକ୍ରମାରେ ଦୁଲୁକୁଛି ସମ୍ବଲପୁର ସହର

Published By : Prameya-News7 Bureau | June 19, 2018 IST

ଶିବ-ପାର୍ବତିଙ୍କ ନଗର ପରିକ୍ରମାରେ ଦୁଲୁକୁଛି ସମ୍ବଲପୁର ସହର । ବାହାଘର ପରେ କନ୍ୟାଘର ପକ୍ଷରୁ ଝିଅ ଜ୍ବାଇଁଙ୍କୁ ପରମ୍ପରା ଅନୁଯାୟୀ ବିଭିନ୍ନ ସ୍ବର୍ଣ୍ଣ, ରୌପ୍ୟ ଅଳଙ୍କାର ସହ ବସ୍ତ୍ର ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦିଆଯାଇଥିଲା । ସୋମବାର ରାତିରେ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ମହାଆଳତୀ ପରେ ମଧ୍ୟ ରାତ୍ରିରେ ନବ ବିବାହିତ ଦେବ ଦମ୍ପତି ନଗର ପରିକ୍ରମାରେ ବାହାରିଛନ୍ତି । ମତା ପାର୍ବତୀଙ୍କ ସହ ନନ୍ଦପଡାର ବାଲୁଙ୍କେଶ୍ବର ବାବା, ଝାଡୁଆପଡାର ବାବା ଲୋକନାଥ, ମୁଦିପଡାର ଜାଗେଶ୍ବର ବାବା, ବଡବଜାରର ଶୀତଳେଶ୍ବର ଏବଂ ଠାକୁରପଡାର ଗୁପ୍ତେଶ୍ବର ବାବାଙ୍କର ଶୋଭାଯାତ୍ରା ବାହାରିଛି । ଦେବଦମ୍ପତିଙ୍କ ଦର୍ଶନ ପାଇଁ ଲୋକାରଣ୍ୟ ହୋଇ ଉଠୁଛି ସମ୍ବଲପୁର ସହର । ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ ନୃତ୍ୟ ସହ ମେଲୋଡି ଓ ବିଭିନ୍ନ ମନୋରଞ୍ଜନ କାରଯ୍ୟକ୍ରମରେ ଝୁମୁଛନ୍ତି ଦର୍ଶକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.