ଛତିଆ ଅମରେଶ୍ୱର ଶୈବ ପୀଠରେ ଶୀତଳ ଷଷ୍ଠୀ ଉତ୍ସବ ଅନୁଷ୍ଠିତ
24/05/2023 at 10:29 PM

ଚଣ୍ଡିଖୋଲ ୨୪/୦୫: ଯାଜପୁର ବଡ଼ଚଣା ବ୍ଲକର ଛତିଆରେ ଥିବା ଅମରେଶ୍ୱର ଶୈବ ପୀଠରେ ପବିତ୍ର ଶୀତଳ ଷଷ୍ଠୀ ପର୍ବ ଅନୁଷ୍ଟିତ ହୋଇଛି। ଏହି ଶିବ ବିବାହ ଉତ୍ସବ ପ୍ରାୟ ୩୦ ବର୍ଷ ହେଲା ଏଠାରେ ପାଳନ କରାଯାଉଛି। ନିୟମ ଅନୁସାରେ ପ୍ରତ୍ୟେକ ବର୍ଷ କନ୍ୟା ପିତା ଓ ବର ପିତାଙ୍କ ପକ୍ଷ ପରିବର୍ତ୍ତନ କରାଯାଇ ଥାଏ। ବିଶେଷ କରି କନ୍ୟାପିତାଙ୍କ ପକ୍ଷରୁ ବର ଭଗବାନ ଶିବଙ୍କୁ ବରଣି କରାଯାଥାଏ। ପରେ ବର ପକ୍ଷରୁ ବାଜା ବାଣ ରୋଷଣୀ କରି ନନ୍ଦୀ, ଭୃଙ୍ଗି ସହିତ ବରଯାତ୍ରୀଙ୍କୁ ନେଇ ଭଗବାନ ଶିବ କନ୍ୟା ମା ପରବର୍ତୀଙ୍କ ଘର ମନ୍ଦିରକୁ ଆସନ୍ତି।

ପରେ କନ୍ୟା ଘର ପକ୍ଷରୁ ଗ୍ରାମ ଦେବତୀ ଙ୍କ ନିକଟକୁ ପାଣି ତୋଳିବାକୁ ଯାଆନ୍ତି। ପାଣି ତୋଳା ବିଧି ପରେ ଶିବ ବିବାହ କାର୍ଯ୍ୟ ଅନୁଷ୍ଠିତ ହୁଏ। ଏହି ଅବସରରେ ବାବା ଅମରେଶର ଟ୍ରଷ୍ଟ ପକ୍ଷରୁ ବରଯାତ୍ରୀ ଓ ଅତିଥିମାନଙ୍କୁ ସୁଖ ଖାଦ୍ୟ ପ୍ରଦାନ କରି ଆପ୍ୟାୟିତ କରିଥାନ୍ତି। ତାପର ଦିନ ଉଭୟ ନବଦମ୍ପତ୍ତି ଶିବ ପାର୍ବତୀ ନଗର ଭ୍ରମଣ କରି ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ତେବେ ୩୦ ବର୍ଷ ହେଲା ପାରମ୍ପାରିକ ଭାବେ ଶୀତଳ ଷଷ୍ଠୀରେ ଶିବ ବିବାହ ଅନୁଷ୍ଠିତ ହେଉଛି ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।