ଶଯ୍ୟାଶାୟୀ ଯୁବକଙ୍କୁ ସହାୟତାର ହାତ ବଢ଼ାଇଲା ଶିଶିର ମହାପାତ୍ର ଫାଉଣ୍ଡେସନ
16/08/2022 at 3:40 PM

ନୀଳଗିରି ୧୬/୦୮: ଜଣେ ରୋଗଗ୍ରସ୍ତ ଅସହାୟ ଯୁବକଙ୍କୁ ସାହଜ୍ୟ କରି ସମାଜ ସେବୀ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ସାହାଜ୍ୟ ପାଇଁ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି। ଏପରି ଏକ ଘଟଣା ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି। ଖବର ଅନୁସାରେ ଶିଶିର ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ତେନ୍ତୁଳିଆ ପଞ୍ଚାୟତର ଶ୍ରୀବତ୍ସ ବେହୁରାଙ୍କୁ ହୁଇଲ ଚେୟାର ଦିଆଯାଇଛି।

ଦୀର୍ଘଦିନ ହେଲା ଦୁର୍ଘଟଣାରେ ଗୁରୁତର ହୋଇ ଶ୍ରୀବତ୍ସ ନାମକ ଜଣେ ଯୁବକ ଶଯ୍ୟାସାୟି ହୋଇ ରହିଛନ୍ତି। ଏହା ଜାଣିବା ପରେ ଶିଶିର ମହାପାତ୍ର ଫାଉଣ୍ଡେସନର ମୁଖ୍ୟ ସବ୍ୟସାଚି ମହାପାତ୍ର ଅନ୍ୟ ସଦସ୍ୟଙ୍କ ସହ ଶ୍ରୀବତ୍ସଙ୍କ ଘରେ ପହଞ୍ଚିଥିଲେ। ପରେ ଶ୍ରୀବତ୍ସଙ୍କ ଯିବା ଆସିବାରେ ସୁବିଧା ପାଇଁ ତାଙ୍କୁ ଏକ ହ୍ୱିଲ୍ ଚେୟାର ଦେଇଛନ୍ତି। ସମାଜସେବୀ ସବ୍ୟସାଚିଙ୍କ ଏପରି କାମକୁ ଦେଖି ଶ୍ରୀବତ୍ସଙ୍କ ଗ୍ରାମ ପଞ୍ଚାୟତର କିଛି ଲୋକ ଶିଶିର ମହାପାତ୍ର ଫାଉଣ୍ଡେସନରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି।