scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମେ ୧ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ଶିରଡି ସାଇ ମନ୍ଦିର, ଜାଣନ୍ତୁ କାରଣ

27/04/2023 at 3:28 PM

ଶିରଡି ୨୭।୪: ଅହମ୍ମଦନଗର-ମନମାଡ ଜାତୀୟ ରାଜମାର୍ଗର ଶିରିଡରେ ରହିଛି ପ୍ରଶିଦ୍ଧ ସାଇ ମନ୍ଦିର। ତେବେ ଶିରଡି ଗ୍ରାମବାସୀ ସିଆଇଏସଏଫ ମୁତୟନ କୁ ବିରୋଧ କରୁଛନ୍ତି। ଗ୍ରାମବାସୀଙ୍କ ଏହି ବିରୋଧ ଯୋଗୁ ମେ ୧ ତାରିଖରୁ ଭକ୍ତଙ୍କ ନିମନ୍ତେ ସାଇବାବାଙ୍କ ମନ୍ଦିର ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ। କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ସାଇଙ୍କ ଅନେକ ଶ୍ରଦ୍ଧାଳୁ। ଏହି ମନ୍ଦିରକୁ ମିଳୁଥିବା ଦାନ ପ୍ରାୟତଃ ଚର୍ଚ୍ଚାରେଥାଏ। ଏଥିରେ ମେ ୧ ତାରିଖରୁ ମନ୍ଦିର ବନ୍ଦ ଘୋଷଣା ଶ୍ରଦ୍ଧାଳୁଙ୍କୁ ଅସୁବିଧାରେ ପକାଇଛି।

ସାଇବାବାଙ୍କ ମନ୍ଦିରର ସୁରକ୍ଷା ପାଇଁ ସିଆଇଏସଏଫ ମୁତୟନ ନିମନ୍ତେ ସରକାରଙ୍କ ନିଷ୍ପତ୍ତିକୁ ଶିରିଡି ଗ୍ରାମବାସୀ ବିରୋଧ କରୁଛନ୍ତି। ଏହା ବିରୋଧରେ ଏହି ଅନିର୍ଦ୍ଧିଷ୍ଟ କାଳୀନ ବନ୍ଦ ଘୋଷଣା କରାଯାଇଛି। ଏଣୁ ଏହି ସମୟରେ ଶିରିଡି ଆସୁଥିବା ଶ୍ରଦ୍ଧାଳୁ ଅସୁବିଧାରେ ପଡିପାରନ୍ତି ବୋଲି ଅନୁମାନ କରାଯାଉଛି। ଏଥିରେ ସାଇ ଭକ୍ତଙ୍କୁ ସହଯୋଗ କରିବା ନିମନ୍ତେ ଗ୍ରାମବାସୀ ନିବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଅହମ୍ମଦନଗର ଶିରଡି ସାଇ ମନ୍ଦିର ଭାରତ ବାହାରେ ମଧ୍ୟ ପ୍ରଶିଦ୍ଧ।  

ଦୈନିକ ଦେଶ ବିଦେଶରୁ ଅନେକ ଶ୍ରଦ୍ଧାଳୁ ସାଇଙ୍କ ଦର୍ଶନ ନିମନ୍ତେ ଶିରଡି ପହଞ୍ଚନ୍ତି। ଏଣୁ ବାର୍ଷିକ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଏଠାରେ ସାଇ ଦର୍ଶନ କରିଥାନ୍ତି। ଦେଶରେ ସିଆଇଏସଏଫ ସବୁ ଔଦ୍ୟୋଗିକ ପ୍ରତିଷ୍ଠାନ, ମେଟ୍ରୋ ଷ୍ଟେସନ ଓ ଏୟାରପୋର୍ଟ ସୁରକ୍ଷା ନିମନ୍ତେ ମୁତୟନ ଅଛନ୍ତି। ଏଥିରେ ସରକାର ଶିରଡିରେ ସାଇଙ୍କ ମନ୍ଦିର ସୁରକ୍ଷା ନିମନ୍ତେ ପ୍ରଥମ କରି ସିଆଇଏସଏଫ ମୁତୟନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ତେବେ ଗ୍ରାମବାସୀ ମନ୍ଦିରର ସୁରକ୍ଷା ନିମନ୍ତେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି।

   Related Posts