ସାଇବାବାଙ୍କ ଜନ୍ମସ୍ଥାନ ବିବାଦ : ଆସନ୍ତାକାଲିଠାରୁ ଶିରିଡି ସାଇ ମନ୍ଦିର ବନ୍ଦ, ସରକାର ଓ ଟ୍ରଷ୍ଟ ମୁହାଁମୁହିଁ

Published By : Prameya-News7 Bureau | January 18, 2020 IST

ନାସିକ ୧୮।୧: ଆସନ୍ତାକାଲିଠାରୁ ସାଇବାବାଙ୍କ ପୀଠ ମହାରାଷ୍ଟ୍ରର ଶିରିଡିରେ ଅନିର୍ଦ୍ଧିଷ୍ଟ କାଳ ଲାଗି ବନ୍ଦ ଡାକରା ଦିଆଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମରାଠାଓ୍ବାଡ ସ୍ଥିତ ପାଥରୀକୁ ସାଇବାବାଙ୍କ ଜନ୍ମଭୂମି କହିବା ସହ ଏହାର ବିକାଶ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିବା ପରେ ବିବାଦ ଦେଖାଯାଇଛି । ଏହାକୁ ବିରୋଧ କରି ମନ୍ଦିର ଟ୍ରଷ୍ଟ୍ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି।

{"id":212771,"sizeSlug":"large"}

ମହାରାଷ୍ଟ୍ର ସରକାର ପାଥରୀକୁ ତୀର୍ଥସ୍ଥାନ ଭାବେ ଘୋଷଣା କରିଛନ୍ତି । ଏନେଇ କାହାରି କିଛି ଆପତ୍ତି ନାହିଁ, ହେଲେ ପାଥରୀକୁ ସାଇବାବାଙ୍କ ଜନ୍ମଭୂମି କହିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି।

{"id":212772,"sizeSlug":"large"}

ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତି ପରେ ଅହମ୍ମଦନଗରର ବିଜେପି ସାଂସଦ ସୁଜୟ ଭିଖେ ପାଟିଲ ଆଇନଗତ ଲଢେଇ ପାଇଁ ଚେତାବନୀ ଦେଇଛନ୍ତି । ଆସନ୍ତାକାଲି ଶିରିଡି ବନ୍ଦ ଡାକରା ବି ଦେଇଛନ୍ତି। ଅହମ୍ମଦନଗର ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରଶ୍ନ ଉଠାଇ କହିଛନ୍ତି, ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଆଜି ପର୍ଯ୍ୟନ୍ତ କୌଣସି ମତଭେଦ ନଥିଲା । ଅଚାନକ ପାଥରୀକୁ ନେଇ ଏଭଳି ଦାବି କାହିଁକି ସାମ୍ନାକୁ ଆସିଛି ସେନେଇ ପ୍ରଶ୍ନ ଉଠାଇଛନ୍ତି।

{"id":212773,"sizeSlug":"large"}

ଯଦି ରାଜନୈତିକ ହସ୍ତକ୍ଷେପ ଜାରି ରହିବ, ତାହେଲେ ଶିରିଡିର ଲୋକେ ଏହି ପ୍ରସଙ୍ଗକୁ ନେଇ ଆଇନଗତ ଲଢେଇ କରିବେ ବୋଲି ସାଂସଦ ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.