ପାରାଦୀପ ବନ୍ଦରରେ ପ୍ରଥମଥର ବିନା ବର୍ଥିଂରେ ପଣ୍ୟ ଖଲାସ
Published By : Prameya-News7 Bureau | October 30, 2018 IST
ପାରାଦୀପ ୩୦|୧୦: ବିନା ବର୍ଥିଂରେ ହେଲା ପଣ୍ୟ ଖଲାସ । ଭାରତରେ ପ୍ରଥମ ଥର ପାଇଁ ଏହି ଚମତ୍କାର କରି ଦେଖାଇଛି ପାରାଦୀପ ବନ୍ଦର । ଜାହାଜ ବର୍ଥରେ ନଲାଗି ମାଲେସିଆରୁ ଆସିଥିବା ଖାଇବା ତେଲ ପଣ୍ୟ ଖଲାସ କରାଯାଇଛି । ପ୍ରାୟ ୧୫ହଜାର ମେଟ୍ରିକ୍ ଟନ୍ ଏଡିବିଲ୍ ଅଏଲ୍ ଖଲାସ କରିଛି ପାରାଦୀପ ବନ୍ଦର । ବନ୍ଦରର ନିଜସ୍ଵ ଜ୍ଞାନ କୌଶଳରେ ଜାହାଜ ବର୍ଥିଂ ନହୋଇ ଖଲାସ କରାଯାଇଛି । ପାଣିରେ ଜାହାଜ ରଖି ସଫଳତାର ସହ ପଣ୍ୟ ଖଲାସ କରା ଯାଇଛି ।