ମୁମ୍ବାଇ ବନ୍ଦରରେ ଅଟକାଗଲା ଚୀନ୍‌ରୁ ପାକିସ୍ତାନ ଯାଉଥିବା ଜାହାଜ, ପରମାଣୁ ଲିଙ୍କ୍‌ ନେଇ ସନ୍ଦେହ

Published By : Prameya-News7 Bureau | March 02, 2024 IST

ମୁମ୍ବାଇ: ଚୀନରୁ ପାକିସ୍ତାନ ଯାଉଥିବା ଏକ ଜାହାଜକୁ ମୁମ୍ବାଇ ବନ୍ଦରରେ ଅଟକାଯାଇଛି । ଭାରତୀୟ ସୁରକ୍ଷା ଏଜେନ୍ସୀ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଏହି ଜାହାଜରେ କିଛି ଏଭଳି ସାମଗ୍ରୀ ଅଛି ଯାହାର ବ୍ୟବହାର ପାକିସ୍ତାନ, ପରମାଣୁ ଏବଂ ବାଲିଷ୍ଟିକ୍‌ ମିସାଇଲ ପାଇଁ କରିପାରେ। କଷ୍ଟମ ଅଧିକାରୀମାନେ ଗୁଇନ୍ଦା ସୂଚନା ଆଧାରରେ ମାଲ୍ଟାର ପତାକା ଥିବା ଏହି ବାଣିଜ୍ୟିକ ଜାହାଜ ସିଏମଏ ସିଜିଏମ ଅତ୍ତିଲାକୁ ଅଟକାଇଛନ୍ତି। ଏହି ଜାହାଜ ଜାନୁଆରୀ ୨୩ରେ ବାହାରିଥିଲା।

ତେବେ ଯାଞ୍ଚ ସମୟରେ ଏଥିରେ କମ୍ପ୍ୟୁଟର ନ୍ୟୁମେରିକାଲ କଣ୍ଟ୍ରୋଲ (ସିଏନସି) ମେସିନ ମଧ୍ୟ ମିଳିଛି ଯାହାକୁ କମ୍ପ୍ୟୁଟର ଦ୍ବାରା ନିୟନ୍ତ୍ରଣ କରାଯାଇଥାଏ। ଡିଆରଡିଓର ଏକ ଟିମ୍‌ ଜାହାଜରେ ଥିବା ସାମଗ୍ରୀର ନିରୀକ୍ଷଣ କରିଛନ୍ତି। ଯାଞ୍ଚରେ ସାମ୍ନାକୁ ଆସିଛି ଯେ, ଜାହାଜରେ ଥିବା ସାମଗ୍ରୀର ବ୍ୟବହାର ପଡ଼ୋଶୀ ଦେଶ ପରମାଣୁ କାର୍ଯ୍ୟକ୍ରମ ପାଇଁ କରିପାରେ। ବିଶେଷଜ୍ଞ ଅନୁଯାୟୀ, ଏହି ଯନ୍ତ୍ରାଂଶକୁ ପାକିସ୍ତାନ ମିଶାଇଲ ବିକାଶ ପାଇଁ ବ୍ୟବହାର କରିପାରେ। ସିଏସନସି ମେସିନ୍‌ର ବ୍ୟବହାର ଉତ୍ତର କୋରିଆରେ ପରମାଣୁ ପ୍ରୋଗ୍ରାମ ପାଇଁ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ ବିସ୍ଫୋରଣ ମାମଲା:  ୪ ଜଣଙ୍କୁ ଅଟକ ରଖିଛି ପୋଲିସ, ପଚରା ଉଚରା ଜାରି

ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଭାରତୀୟ ବନ୍ଦର ଅଧିକାରୀ ଚୀନରୁ ପାକିସ୍ତାନ ପଠାଯାଉଥିବା ଜାହାଜରୁ ଏଭଳି ଭାବରେ ସାମଗ୍ରୀ ଜବତ କରିଛନ୍ତି। ଅଧିକାରୀ କହିଛନ୍ତି ଚିନ୍ତା ଏହା ଯେ, ପାକିସ୍ତାନ ଚୀନଠାରୁ ସେହି ଜିନିଷ ହାସଲ କରିପାରେ ଯାହା ଉପରେ ୟୁରୋପ ଏବଂ ଆମେରିକା ବ୍ୟାନ ଲଗାଇଛନ୍ତି। ପାକିସ୍ତାନର ପରମାଣୁ ଏବଂ ମିସାଇଲ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଚୀନ ସମର୍ଥନ କରିଆସୁଛି। ଯାହା ଚିନ୍ତିତ କଲା ଭଳି। ସୂଚନାଥାଉକି, ୨୦୨୦ରେ ମିସାଇଲ ତିଆରି ପାଇଁ ସ୍ବତନ୍ତ୍ର ଅଟୋକ୍ଲେଭ ମେସିନକୁ ପାକିସ୍ତାନ ଯାଉଥିବା ଚୀନ୍‌ ଜାହାଜରେ ଔଦ୍ୟୋଗିକ ଉପକରଣ ଭାବରେ ଲୁଚାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.