ଏଥିଲାଗି ସିଞ୍ଜୋ ଆବେଙ୍କୁ ହତ୍ୟା କରିବାକୁ ଚାହୁଁଥିଲା ଆତତାୟୀ, ପଚରା ଉଚରାରେ ଦେଇଛି ଚାଞ୍ଚଲ୍ୟକର ବୟାନ

Published By : Prameya-News7 Bureau | July 08, 2022 IST

ନୂଆଦିଲ୍ଲୀ ୮।୭:  ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଶୁକ୍ରବାର ଆତତାୟୀ ଗୁଳିରେ ପ୍ରାଣ ହରାଇଛନ୍ତି।  ତେବେ ଆତତାୟୀକୁ ପୋଲିସ କାବୁ କରିନେଇଥିବା ବେଳେ ଗିରଫ କରିଛି। ପୋଲିସ ଆତତାୟୀକୁ ଚିହ୍ନଟ କରିଛି। ତା ନାମ ୟାମାଗାମୀ ତତ୍ସୁଆ ଓ ତାର ବୟସ ୪୧ ବର୍ଷ ବୋଲି କହିଛି। ପୋଲିସ ତାକୁ ପଚରା ଉଚରା କରୁଥିବା ବେଳେ ସେ ଚାଞ୍ଚଲ୍ୟକର ବୟାନ ଦେଇଛି। ସେ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ନେଇ ଆଦୌ ଖୁସି ନଥିଲା ଓ ତାଙ୍କୁ ଜୀବନରେ ମାରିବାକୁ ଚାହୁଁଥିଲା ବୋଲି କହିଛି।

{"id":653402,"width":839,"height":552,"sizeSlug":"full","linkDestination":"none"}

ନୋରା ସହରରେ ସିଞ୍ଜୋ ଆବେଙ୍କ ଏକ ଭାଷଣ କାର୍ଯ୍ୟକ୍ରମରେ ଆତତାୟୀ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ଏଥିରେ ଗୋଟିଏ ତାଙ୍କ ମୁଣ୍ଡରେ ବାଜିଥିବା ବେଳେ ଅନ୍ୟଟି ତାଙ୍କ ଛାତିରେ ବାଜିଥିଲା। ଗୁରୁତର ଆହତ ହୋଇଥିଲେ ସିଞ୍ଜୋ ଆବେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏବେଙ୍କ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକକୁ ପୋଲିସ ଜବତ କରିଛି।

{"id":653399,"width":839,"height":471,"sizeSlug":"full","linkDestination":"none"}

ପୋଲିସ ସୂଚନା ଅନୁସାରେ ୟାମାଗାମୀ ସେଲ୍ଫ ଡିଫେନ୍ସ ସଦସ୍ୟ ଥିଲା ଓ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ଉଦ୍ୟମରେ ତାକୁ ଗିରଫ କରାଯାଇଛି। ଅଭିଯୁକ୍ତକୁ ପୋଲିସ ପଚରା ଉଚରା ଜାରି ରଖିଥିବା ବେଳେ ହତ୍ୟାର ବାସ୍ତବ ଉଦ୍ଦେଶ୍ୟ ସମ୍ପର୍କରେ କହିବ ବୋଲି ଆଶା କରାଯାଉଛି। ଜାପାନରେ କୌଣସି ରାଷ୍ଟ୍ରମୁଖ୍ୟଙ୍କୁ ସର୍ବସାଧାରଣରେ ହତ୍ୟାର ଏହା ପ୍ରଥମ ଘଟଣା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.