ମାଛ ନେଇ ଘରକୁ ଯାଉଥିଲେ ମହିଳା, ଚଢ଼ିଗଲା ନେତାଙ୍କ ବିଏମ୍‌ଡବ୍ଲୁ କାର୍‌

Published By : Prameya-News7 Bureau | July 07, 2024 IST

India Today

ନୂଆଦିଲ୍ଲୀ: ମାଛ ନେଇ ଘରକୁ ଯାଉଥିଲେ ମହିଳା। ଧକ୍କା ଦେଲା ନେତାଙ୍କ ବିଏମ୍‌ଡବ୍ଲୁ କାର୍‌। ପୁନେ ହିଟ୍‌ ଆଣ୍ଡ ରନ୍‌ ମାମଲା ମନରୁ ନଲିଭୁଣୁ ମୁମ୍ବାଇରେ ଏଭଳି ଭୟାନକ ଘଟଣାର ପୁରନବୃତ୍ତି ଘଟିଛି। ଆଜି ସକାଳେ ମୁମ୍ବାଇର ବର୍ଲିରେ ଏକ ଦ୍ରୁତ ଗତିରେ ଆସୁଥିବା ବିଏମଡବ୍ଲୁ ଏକ ଦମ୍ପତିଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଭୋର୍ 5:30 ସମୟରେ ବର୍ଲିର କୋଲିୱାଡା ଅଞ୍ଚଳର ଏହି ଦମ୍ପତି ମାଛ ଧରିବା ପାଇଁ ସସୁନ ଡାକ୍ ଯାଇଥିଲେ। ସେ ଧରିଥିବା ମାଛ ନେଇ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ବିଏମଡବ୍ଲୁ ପଛପଟୁ ଧକ୍କା ଦେଇଥିଲା।

ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ସେମାନଙ୍କ ବାଇକ୍ ଓଲଟି ଛିଟିକି ପଡ଼ିଥିଲା। ଉଭୟ ସ୍ୱାମୀ-ସ୍ତ୍ରୀ କାରର ବନେଟ ଉପରେ ପଡ଼ିଯାଇଥିଲେ। ନିଜକୁ ବଞ୍ଚାଇବାକୁ ଯାଇ ସ୍ୱାମୀ ବନେଟରୁ ଡେଇଁ ପଡ଼ିଥିଲେ। ମହିଳା ଜଣକ ବନେଟ୍‌ରେ ପିଟି ହୋଇ ତଳରେ ପଡ଼ିଯାଇଥିଲେ। 

ଡ୍ରାଇଭର ଆହତ ମହିଳାଙ୍କୁ ଛାଡି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ଆହତ ମହିଳାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ କହିଛି ଯେ ଆହତ ପୁରୁଷ ବ୍ୟକ୍ତି ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ହିଟ୍ ଏବଂ ରନ୍ ମାମଲାର ତଦନ୍ତ ଆରମ୍ଭ ହୋଇଛି।

ବର୍ଲି ପୋଲିସ କାର ମାଲିକ ତଥା ଶିବସେନା (ସିନ୍ଦେ)ର ନେତା ମାଲିକ ରାଜେଶ ଶାହାଙ୍କୁ ଅଟକ ରଖିଛି। ଦୁର୍ଘଟଣା ସମୟରେ ସେ କାରରେ ଥିବା ସନ୍ଦେହ କରାଯାଉଛି। ପୋଲିସ ଶାହାଙ୍କ ପୁଅ ମିହିର ଶାହାଙ୍କୁ ପୋଲିସ ଅଟକ ରଖିଛି। ଦୁର୍ଘଟଣା ସମୟରେ କିଏ କାର ଚଳାଉଥିଲା ଜାଣିବା ପାଇଁ ପୋଲିସ ସିସିଟିଭି ଫୁଟେଜ ସ୍କାନ କରୁଛି।

ଶିବସେନା (ୟୁବିଟି) ନେତା ତଥା ବିଧାୟକ ଆଦିତ୍ୟ ଠାକରେ ୱର୍ଲି ପୋଲିସ ଷ୍ଟେସନରେ ପହଞ୍ଚି ଏହି ଘଟଣାରେ ରାଜନୈତିକ ରଙ୍ଗ ଦେବାକୁ ଚାହୁଁ ନାହାଁନ୍ତି ବୋଲି କହିଥିଲେ। ଠାକରେ କହିଛନ୍ତି, “ମୁଁ ଏହାକୁ ରାଜନୈତିକ କରିବାକୁ ଚାହୁଁ ନାହିଁ। ଯିଏ ଡ୍ରାଇଭର, ତାଙ୍କୁ ଗିରଫ କରାଯିବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.