ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଜୁନ ୩୦ରେ ମୁମ୍ବାଇ ପହଞ୍ଚି ପାରନ୍ତି ଏକନାଥ ସିନ୍ଦେ ଓ ତାଙ୍କ ଟିମ୍ ! ଜାଣନ୍ତୁ କହିଛନ୍ତି କ’ଣ ?       

28/06/2022 at 4:57 PM

ଗୌହାଟୀ ୨୮।୬: ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ଖୁବ୍ ଶୀଘ୍ର ମୁମ୍ବାଇ ଲେଉଟିବେ । ତାଙ୍କ ସହ ତାଙ୍କ ସମର୍ଥକ ବିଧାୟକମାନେ ମଧ୍ୟ ମୁମ୍ବାଇ ଫେରିଆସିବେ ବୋଲି ସେ ମଙ୍ଗଳବାର ଗଣମାଧ୍ୟମକୁ କହିଥିବା ବେଳେ ଆମମାନଙ୍କ ଆଗାମୀ ପଦକ୍ଷେପ ସମ୍ପର୍କରେ ମଧ୍ୟ ସମସ୍ତଙ୍କୁ ସୂଚନା ମିଳିଯିବ ବୋଲି କହିଛନ୍ତି।  ତେବେ ଆମେ ଶିବସେନା ବିଧାୟକ ଓ ଶିବସେନାରେ ଅଛୁ ଶିବସେନା ଛାଡି କୁଆଡେ ଯାଉନୁ ବୋଲି ମଧ୍ୟ ସିନ୍ଦେ ସ୍ପଷ୍ଟ କରିଦେଇଛନ୍ତି।

ସେ କହିଛନ୍ତି ଯେ ଗୌହାଟୀରେ ମହଜୁଦ ସବୁ ବିଧାୟକ ତାଙ୍କ ସହ ବେଶ୍ ଖୁସ୍ ଅଛନ୍ତି। ତାଙ୍କ ସହ ଦଳର ମୋଟ ୫୦ ଜଣ ବିଧାୟକ ଥିବାର ସିନ୍ଦେ ଦାବି କରିଥିବା ବେଳେ ଖୁବ୍ ଶୀଘ୍ର ଆମେ ଭୂମିକା ସମ୍ପର୍କରେ ଜଣାଇବା ସହ ମୁମ୍ବାଇ ଫେରିଯିବୁ ବୋଲି କହିଛନ୍ତି। ତେବେ ସବୁ ବିଧାୟକ ନିଜ ଇଛାରେ ଗୌହାଟୀ ଆସିଥିବା ଓ କେସରକର ଏଠାରେ ଦଳର ପ୍ରବକ୍ତା ବୋଲି ସିନ୍ଦେ କହିଛନ୍ତି।

ଏଥିରେ ସୂତ୍ରରୁ ମିଳୁଥିବା ସୂଚନାରେ ବିଦ୍ରୋହୀ ବିଧାୟକମାନେ ଜୁନ ୩୦ ତାରିଖରେ ତାଙ୍କ ସମର୍ଥକ ବିଧାୟକଙ୍କ ସହ ମୁମ୍ବାଇ ଫେରିପାରନ୍ତି ବୋଲି ଆକଳନ କରାଯାଉଛି। ବିଧାୟକ ଗୋଷ୍ଠୀ ଗୌହାଟୀରୁ ଫେରିବା ପରେ ସିନ୍ଦେ ରାଜ୍ୟପାଳଙ୍କୁ ଭେଟି ପାରନ୍ତି। ହୁଏତ ଏହା ପରେ ଫ୍ଲୋର ଟେଷ୍ଟର ଦାବି ହୋଇପାରେ। ଉଲ୍ଲେଖଯୋଗ୍ୟ ଯେ ସିନ୍ଦେ ସୁପ୍ରିମକୋର୍ଟରେ ଦାଖଲ କରିଥିବା ତାଙ୍କ ଆବେଦନରେ ମହାରାଷ୍ଟ୍ରରେ ମହାବିକାଶ ଆଘାଡି (ଏମଭିଏ) ସରକାରର ସଂଖ୍ୟା ଗରିଷ୍ଠତା ହ୍ରାସ ହୋଇଥିବା ଉଲ୍ଲେଖ କରିଛନ୍ତି। ବିଧାୟକ ଦଳର ୩୮ ଏମଏଲଏ ସରକାରଙ୍କ ଠାରୁ ତାଙ୍କର ସମର୍ଥନ ପ୍ରତ୍ୟାହାର କରିଥିବା କହିଛନ୍ତି।    

   Related Posts