ଲାହୌଲ ସ୍ପିତିରେ ହିମ ବର୍ଷା; ୭୦ ପର୍ଯ୍ୟଟକଙ୍କ ଉଦ୍ଧାର କଲା ପୋଲିସ, ୩ ଜାତୀୟ ରାଜପଥ ବନ୍ଦ
5/02/2023 at 8:44 AM

ସିମଲା: ହିମାଚଳ ପ୍ରଦେଶ ଲାହୌଲ ସ୍ପିତି ଜିଲ୍ଲାର ପାଙ୍ଗି-ଚମ୍ବା ରାସ୍ତାରେ ଫସିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ପୋଲିସ । ବରଫ ଭିତରୁ ପ୍ରାୟ ୭୦ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ରେଷ୍ଟ ହାଉସରେ ରଖାଯାଉଛି । ଶନିବାର ସଂଧ୍ୟାରେ ପର୍ଯ୍ୟଟକମାନେ ଯାଉଥିବା ବେଳେ ହାଇଓ୍ବା-୨୬ରେ ଅଚାନକ ବରଫ ବର୍ଷ। ହୋଇଥିଲା । ରାସ୍ତା ବନ୍ଦ ହୋଇଯିବାରୁ ଘାଟିରେ ପର୍ଯ୍ୟଟକମାନେ ଫସିଯାଇଥିଲେ ।
ସୂଚନା ଅନୁଯାୟୀ, ଶନିବାର ଅପରାହ୍ଣ ପ୍ରାୟ ୪ଟା ସମୟରେ ହାଇଓ୍ବା-୨୬ରେ କିଛି ପର୍ଯ୍ୟଟକ ଫସିଥିବା ନେଇ ତିନ୍ଦି ଥାନାକୁ ସୂଚନା ମିଳିଥିଲା । ତିନ୍ଦି-କିଲାଡ଼ ରାଜ୍ୟ ରଜପଥର ରୋହିଲ ସେକ୍ଟରରେ ହିମବର୍ଷା ହୋଇଥିଲା । ବରଫ ଖଣ୍ଡ ଖସିବା ଯୋଗୁ ରାସ୍ତା ଅବରୋଧ ହୋଇଯାଇଥିଲା । ଫଳରେ ରାସ୍ତାରେ ଗୋଟିଏ ଆମ୍ବୁଲାନ୍ସ ସହିତ ୬ ପର୍ଯ୍ୟଟକ ଗାଡ଼ି ଫସି ଯାଇଥିଲା । ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୭୦ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ରୋଷ୍ଟ ହାଉସରେ ରଖାଯାଇଛି ।
ଅନ୍ୟପଟେ ରେସ୍କ୍ୟୁ ଟିମ୍ ଓ ପୋଲିସ ପାଙ୍ଗି ପଟୁ ଆସୁଥିବା ଗାଡ଼ି ଗୁଡ଼ିକୁ ରାସ୍ତା ଯିବାକୁ ମନା କରିବା ସହିତ ଫେରାଇ ଦେଇଥିଲେ । ସେହିପରି ତିନ୍ଦି ପଟୁ ଆସୁଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରି ପିଡବ୍ଲୁଡି ଓ ଫରେଷ୍ଟ ରେଷ୍ଟ ହାଉସରେ ରଖିଛନ୍ତି । ଲାହୌଲ ସ୍ପିଟି ଏସ୍ପି ମାନବ ବର୍ମାଙ୍କ ସୂଚନା ଅନୁଯାୟୀ, ପ୍ରାୟ ୭୦ଜଣଙ୍କୁ ରେସକ୍ୟୁ
ହିମାଚଳ ପ୍ରଦେଶରେ ପୁଣି ଥରେ ବରଫ ବର୍ଷା ଆରମ୍ଭ ହୋଇଛି । ସୁବେ ଜିଲ୍ଲାରେ ରାସ୍ତା ଉପରେ ବରଫ ଖଣ୍ଡ ଜମି ରହିଥିବାରୁ ରାଜପଥ ବନ୍ଦ ହୋଇଯାଇଛି । ପ୍ରଦେଶରେ ୩ ଜାତୀୟ ରଜପଥ ଏବଂ ୧୫୬ଟି ରାସ୍ତାରେ ଚଳାତଳ ବନ୍ଦ ରହିଛି ।