ଫଟୋରେ ଖବର : ଶିଳ୍ପାଙ୍କ ବୋଲ୍ଡନେସ୍ ହେଲା ଅଡୁଆ, ଫ୍ୟାନ୍ସ କଲେ ଟ୍ରୋଲ୍ସ
4/10/2023 at 2:20 PM

ମୁମ୍ଵାଇ ୦୪।୧୦: ବଲିଉଡ୍ର ଫିଟ୍ନେସ୍ ତଥା ଫେମସ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ । ସେ ତାଙ୍କ ଅଭିନୟ ସହ ତାଙ୍କ ଫ୍ୟାଶନ ସେନସ୍ ପାଇଁ ଲାଇମ୍ ଲାଇଟ୍କୁ ଆସନ୍ତି । ହେଲେ ନିକଟରେ ତାଙ୍କ ରେଡ ଡ୍ରେସ୍ରେ ଖୁବ୍ ସିଜିଲିଙ୍ଗ ଲାଗୁଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଫଟୋ ରେ କିଛି ୟୁଜର୍ସ ପ୍ରଶଂସା କରୁଥିବା ବେଲେ ଆଉ କିଛି ତାଙ୍କୁ ଟ୍ରୋଲ କରିଥିଲେ ।

ଅଭିନେତ୍ରୀ ଏହି ରେଡ୍ ସିଜିଲିଙ୍ଗ ଅଫ୍ ସୋଲଡର ଗାଉନ୍ରେ ଖୁବ୍ ସୁନ୍ଦର ଦେଖାଯାଉଥିଲେ । ହେଲେ ଦେଖିଲେ ଲାଗୁଥିଲେ ସେ ଡ୍ରେସ୍ ଟିକେ ଅସହଜ ମନେ କରୁଥିଲେ।

ଏହି ଡ୍ରେସ୍ରେ ଶିଲ୍ପାଙ୍କ ସ୍ଲିବ୍ ବାର ବାର ଖସୁଥିଲା । କ୍ୟାମେରା ସାମ୍ନାରେ ପୋଜ୍ ଦେବା ବେଳେ ଅଭିନେତ୍ରୀ ବାରମ୍ଵାର ନିଜକୁ ସମ୍ଭାଳୁ ଥିବାର ଦେଖିବାକୁ ମିଳିଥିଲା ।

ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଶିଳ୍ପା ଏହି ପୋଷାକରେ ବହୁତ ଗ୍ଲାମରସ୍ ଦେଖାଯାଉଥିଲେ। କିନ୍ତୁ ତାଙ୍କୁ ଅସହଜ ଦେଖି ଅନେକ ଲୋକ ତାଙ୍କୁ ଟ୍ରୋଲ କରିଥିଲେ ।

ଟ୍ରୋଲରମାନେ କହିଛନ୍ତି ଯେ ସେମାନେ ଏପରି ପୋଷାକ ପିନ୍ଧିବା ଉଚିତ୍ ନୁହେଁ। ଯାହା ସେମାନଙ୍କୁ ଫିଟ୍ ହେଉ ନାହିଁ। ଏହା ସହିତ ଟ୍ରୋଲରମାନେ ମଧ୍ୟ ସେମାନଙ୍କ ବୟସ ଅନୁଯାୟୀ ପୋଷାକ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ଅନେକ ତାଙ୍କ ଲୁକ୍ ଦେଖିବା ପରେ ତାଙ୍କ ପ୍ରଶଂସା କରିଥିଲେ। ୪୮ ବର୍ଷ ବୟସରେ ମଧ୍ୟ ଅଭିନେତ୍ରୀ ନିଜ ଶରୀର ପ୍ରତି ବେଶ୍ ଯତ୍ନବାନ ଅଛନ୍ତି।