ଶିଳ୍ପା ସେଟ୍ଟୀ ପୁଣି ଥରେ ମାଆ: ୬ଦିନ ପରେ ସେୟାର କଲେ ଝିଅ ସମିଶାଙ୍କ ଫଟୋ

Published By : Prameya-News7 Bureau | February 21, 2020 IST

ମୁମ୍ବାଇ ୨୧/୨: ଶିଳ୍ପା ସେଟ୍ଟୀ ପୁଣି ଥରେ କନ୍ୟା ସନ୍ତାନର ମାଆ ହୋଇଛନ୍ତି। ଶିଳ୍ପା ଏବଂ ରାଜ କୁନ୍ଦ୍ରା ସୋସିଆଲ ମିଡିଆରେ ତାଙ୍କ ଝିଅ ଜନ୍ମ ଖବର ସେୟାର କରିଛନ୍ତି। ଦୁହେଁ ସମିଶାଙ୍କ ଏକ ଫଟୋ ସେୟାର କରିଛନ୍ତି। ଏଥିରେ ତାହା ହାତ ନଜର ଆସିଛି। ପୋଷ୍ଟ ଅନୁସାରେ ସମିଶାଙ୍କ ଜନ୍ମ ଫେବୃୟାରୀ ୧୫ତାରିଖରେ ହୋଇଛି। ଏହାର ୬ଦିନ ପରେ ମାଆ,ବାପା ଘରର ନୂଆ ସଦସ୍ୟ ଆସିବାର ଖୁସି ସେୟାର କରିଛନ୍ତି। ଶିଳ୍ପା-ରାଜଙ୍କ ଝିଅର ଜନ୍ମ ସରୋଗେସି ଜରିଆରେ ହୋଇଛି।

{"id":227160,"sizeSlug":"large"}

ଶିଳ୍ପା ଲେଖିଛନ୍ତି- ଆମ ପ୍ରାର୍ଥନାର ଉତ୍ତର ଏକ ଚମତ୍କାର ରୂପରେ ମିଳିଛି। ଆମ ଘରେ କୁନି ପରୀ ଆସିଥିବାରୁ ଆମେ ବହୁତ ଖୁସି। ଜୁନିୟର ଏସଏସକେ ଘରକୁ ଆସିଛି। ସଂସ୍କୃତରେ ସ ର ଅର୍ଥ ପ୍ରାପ୍ତି ଏବଂ ରସିଆନ ଶବ୍ଦ ମିଶାର ଅର୍ଥ ଦେବତାଙ୍କ ଭଳି। ଆପଣ ଏହି ନାଁକୁ ଦେବୀ ଲକ୍ଷ୍ମୀ ମାନି ନିଅନ୍ତୁ,ଯିଏ ଆମ ପରିବାରକୁ ପୂରା କରିଛି।

{"id":227163,"sizeSlug":"large"}

 ଶିଳ୍ପା ଏବଂ ରାଜଙ୍କ ବିବାହ ୨୦୦୯ମିହାରେ ହୋଇଥିଲା। ଉଭୟଙ୍କ ପୁଅଙ୍କ ନାଁ ବିଆନ ,ଯାହାର ଜନ୍ମ ୨୦୧୨ମସିହାରେ ହୋଇଥିଲା। ଶିଳ୍ପା ଏବେ ଦୁଇଟି ଫିଲ୍ମ ‘ହଙ୍ଗାମା ୨’ ଏବଂ ‘ନିକମ୍ମା’ର ସୁଟିଙ୍ଗ୍ କରୁଛନ୍ତି।

{"id":227164,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.