ପୁଅ ସହ ବଡି ବିଲଡିଂ ଏକ୍ସରସାଇଜ୍ ପୋଜ୍ ଦେଲେ ଶିଳ୍ପା : କହିଲେ ମୋତେ ଘରେ ହିଁ ମିଳୁଛି...

Published By : Prameya-News7 Bureau | March 24, 2020 IST

ମୁମ୍ବାଇ ୨୪/୦୩ : କରୋନା ଭାଇରସ ଯୋଗୁଁ ସମ୍ପୂର୍ଣ୍ଣ ଫିଲ୍ମ ଜଗତ ବନ୍ଦ ରହିଛି | ସମସ୍ତ ଫିଲ୍ମ ସୁଟିଙ୍ଗ, ରିଲିଜ ଡେଟ, ସିରିଏଲ ସୁଟିଙ୍ଗ ସ୍ଥଗିତ ରହିଛି | ଅଭିନେତା ଅଭିନେତ୍ରୀ ଘରେ ସମୟ ଅତିବାହିତ କରୁଛନ୍ତି | ଏହାସହ ସଚେତନ ରହିବା ପାଇଁ ମଧ୍ୟ ଜନସାଧାରଣଙ୍କୁ ଅପିଲ କରୁଛନ୍ତି | ନିଜକୁ ଫିଟ୍ ରଖିବା ପାଇଁ ନିଜ ନିଜ ଘରେ ବ୍ୟାୟାମ ଏବଂ ଯୋଗ କରୁଛନ୍ତି | ଏଭଳି ସ୍ଥିତିରେ ଫିଟ୍‌ନେସ ଫ୍ରୀକ ଶିଳ୍ପା ସେଟ୍ଟୀ ସୋସିଆଲ ମିଡ଼ିଆରେ ପୁରା ଆକ୍ଟିଭ ଅଛନ୍ତି |

ନିକଟରେ ନିଜ ଇଷ୍ଟାଗ୍ରାମ ପେଜରେ ସେ ଏକ ଭିଡିଓ ସେୟାର କରିଛନ୍ତି | ଭିଡିଓରେ ତାଙ୍କ ସହ ତାଙ୍କ ପୁଅ ବିହାନ ଅଛି| ବିହାନ ମଧ୍ୟ ବଡି ବିଲଡିଂ ପୋଜ ଦେଇଥିବା ଭିଡିଓରେ ଦେଖିବାକୁ ମିଳିଛି | ଭିଡିଓ ସହ ଶିଳ୍ପା ଏକ କ୍ୟାପସନ ଲେଖିଛନ୍ତି | ସେ ଲେଖିଛନ୍ତି, "ଫିଟନେସ ମାମଲାରେ ଏବେ ତାଙ୍କ ପୁଅ ତାଙ୍କ ସହ ପ୍ରତିଯୋଗିତା କରୁଛି | ଆଜି ମୋର ସୋମବାର ବି ଆଉ ରବିବାର ବି | ମା+ପୁଅ=ମଣ୍ଡେ ମୋଟିଭେସନ | ନିଜକୁ ଫିଟ ରଖିବାକୁ ବହୁତ ପରିଶ୍ରମ କରିବାକୁ ପଡେ |"

wp:core-embed/instagram {"url":"https://www.instagram.com/p/B-EK1jZBRFJ/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/p/B-EK1jZBRFJ/?utm_source=ig_web_copy_link
/wp:core-embed/instagram

ସୂତ୍ର ଅନୁଯାୟୀ, ଶିଳ୍ପାଙ୍କ ହାତରେ ବର୍ତ୍ତମାନ ଦୁଇଟି ଫିଲ୍ମ ଅଛି | ଫିଲ୍ମ 'ନିକମ୍ମା'ରେ ତାଙ୍କ ସହ ଅଛନ୍ତି ଅଭିମନ୍ୟୁ ଦଶନି ଫିଲ୍ମ 'ହଙ୍ଗାମା-୨'ରେ ତାଙ୍କ ସହ ଅଛନ୍ତି ପରେସ ରାୱଲ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.