ସୋଆ ପ୍ରତିଷ୍ଠାତାଙ୍କ ଓଏସଡି ଡକ୍ଟର ପ୍ରୀତମ ନାୟକଙ୍କୁ ଶିକ୍ଷା ଭାରତୀ ସମ୍ମାନ

Published By : Prameya-News7 Bureau | January 12, 2023 IST

ଭୁବନେଶ୍ୱର ୧୨/୦୧: ସୋଆ ପ୍ରତିଷ୍ଠାତାଙ୍କ ଓଏସଡି ପ୍ରୀତମ କୁମାର ନାୟକଙ୍କୁ ଶିକ୍ଷା ଭାରତୀ ସମ୍ମାନରେ ସମ୍ମାନୀତ କରାଯାଇଛି। ସର୍ବଭାରତୀୟ ଶିକ୍ଷା ସଂସ୍ଥା ଓ ସେଣ୍ଟର ଫର ଏକ୍ସେଲେନ୍ସ ଡେଭେଲପେଣ୍ଟ (ସିଇଡି) ପକ୍ଷରୁ ଏକ ସ୍ୱତନ୍ତ୍ର ସମାରୋହରେ ତାଙ୍କୁ ସମ୍ମାନୀତ କରାଯାଇଛି। ଉତ୍ତରପ୍ରଦେଶର ଗୁରୁଗ୍ରାମରେ ଆୟୋଜିତ ସିଇଡିର ସଂସ୍ଥାପକ ତଥା ସେଣ୍ଟ ଜାଭିଅର ଗ୍ରୁପ୍‌ର ପ୍ରତିଷ୍ଠାତା ଡକ୍ଟର ପ୍ରୀତମ ନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲ। ଏହି କାର୍ଯ୍ୟକ୍ରମରେ ସୋଆର ପ୍ରୋ-ଚାନ୍‌ସେଲର ପ୍ରଫେସର ଅମିତ ବାନାର୍ଜୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ସହିତ ଉତ୍ତରପ୍ରଦେଶର ପରିବହନ ମନ୍ତ୍ରୀ ଶ୍ରୀ ଦୟାଶଙ୍କର, ମହିଳା କଲ୍ୟାଣ ଓ ଶିଶୁ ବିକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରତିଭା ଶୁକ୍ଳା ପ୍ରମୁଖ ଉପସ୍ଥିତ ଥିଲେ।

ସିଇଡି ଅଧୀନରେ ୯୬୦ଟି ସ୍କୁଲ୍ ଓ ୧୨୦୦ରୁ ଅଧିକ ଉଚ୍ଚ ଶିକ୍ଷାନୁଷ୍ଠାନ ସଦସ୍ୟ ସାମିଲ ଅଛନ୍ତି। ଏହି ସମ୍ମାନ ଗ୍ରହଣ କରି ଡକ୍ଟର ପ୍ରିୟଦର୍ଶୀ ନାୟକ କହିଛନ୍ତି ଯେ, ସିଇଡି ଜାତୀୟ ଶିକ୍ଷାନୀତିକୁ ୨୦୨୩ରେ ସମ୍ପୂର୍ଣ୍ଣ ଲାଗୁ କରିବାକୁ ସମସ୍ତ ଉଦ୍ୟମ କରିବ। ଫଳରେ ଦେଶର ଉଚ୍ଚ ଶିକ୍ଷାର ମାନ ବଢ଼ିବା ସହ ଶିକ୍ଷାଦାତାଙ୍କୁ ଅଧିକ ସଶକ୍ତ  କରାଯାଇପାରିବ। ଦେଶର ପ୍ରଗତି ପାଇଁ ଶିକ୍ଷାର ଗୁଣବତ୍ତା ବଢ଼ିବା ଅତ୍ୟନ୍ତ ଆବଶ୍ୟକ। ଏହା ନ ହେଲେ ଦେଶର ଭବିଷ୍ୟତ ନିର୍ମାଣ କରାଯାଇପାରିବ ନାହିଁ ବୋଲି ସେ ମତ ବ୍ୟକ୍ତ କରିଛନ୍ତି।

ଡ. ପ୍ରିୟଦର୍ଶୀ ନାୟକ ଆହୁରି କହିଛନ୍ତି ଯେ, ଭାରତୀୟ ଶିକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ପ୍ରଗତି ପାଇଁ ଏବେ ଯେଉଁ ସବୁ ଆହ୍ୱାନ ରହିଛି ସେସବୁର ଦୃଢ ମୁକାବିଲା କରିବା ଆବଶ୍ୟକ। ଏହା ଫଳରେ ଉଚ୍ଚଶିକ୍ଷାର ମାନରେ ଅଗ୍ରଗତି ଘଟିବ ଏବଂ ଦେଶ ବିଶ୍ୱସ୍ତରରେ ଶୀର୍ଷ ସ୍ଥାନରେ ପହଞ୍ଚିପାରିବ। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର କୁଳପତି ଓ ଶିକ୍ଷାବିତ୍ ଭାଗ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.