ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଦିନିକିଆ ସିରିଜ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କଲା ଶିଖର ଧାଓ୍ଵନଙ୍କ ଦଳ, ଗୁରୁବାର ପ୍ରଥମ ମୁକାବିଲା

5/10/2022 at 4:33 PM

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଭାରତ ୨-୧ରେ ବିଜୟୀ ହୋଇଛି। ଏବେ ଦୁଇ ଦେଶ ମଧ୍ୟରେ ଗୁରୁବାରଠୁ ଆରମ୍ଭ ହେବ ତିନି ମ୍ୟାଚ୍ ବିଶିଷ୍ଟ  ଦିନିକିଆ ସିରିଜ୍। ଦିନିକିଆ ସିରିଜ୍‌ରେ ମଇଦାନକୁ ଓହ୍ଲାଇବ ଭିନ୍ନ ଦଳ। ଆଉ ତାର ନେତୃତ୍ଵ ନେଉଛନ୍ତି ଶିଖର ଧାଓ୍ଵନ। କାରଣ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଟି-୨୦ ବିଶ୍ଵ କପ୍ ଗୁରୁବାର ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବେ।

ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍ ଷ୍ଟାଡିୟମରେ ଗୁରୁବାର ଅର୍ଥାତ ଆସନ୍ତାକାଲି ଖେଳାଯିବ। ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ମଙ୍ଗଳବାର ଷ୍ଟାଡିୟମ ପହଞ୍ଚି ଦିନିକିଆ ସିରିଜ୍ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଟି-୨୦ ବିଶ୍ଵ କପ୍‌ ଦଳରେ ସାମିଲ୍ କୌଣସି ବି ଖେଳାଳିଙ୍କୁ ଦିନିକିଆ ସିରିଜ୍‌ରେ ସାମିଲ୍ କରାଯାଇନି।

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି। ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ରୁ ଶ୍ରେୟସ ଆୟର,  ଦୀପକ ଚହର, ଶାହବାଜ ଅହମ୍ମଦ ଏବଂ ମହମ୍ମଦ ସିରାଜ ଚାରି ଖେଳାଳିଙ୍କୁ ଦିନିକିଆ ସିରିଜ୍‌ରେ ସାମିଲ୍ କରାଯାଇଛି।

   Related Posts