ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଦିନିକିଆ ସିରିଜ୍ T20 ବିଶ୍ଵ କପ୍‌ର ଷ୍ଟାଣ୍ଡବାଇ ଖେଳାଳିଙ୍କ ପାଇଁ ଭଲ ସୁଯୋଗ: ଶିଖର ଧାଓ୍ଵନ

5/10/2022 at 10:36 PM

ନୂଆଦିଲ୍ଲୀ: ଗୁରୁବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାରଠୁ ଦିନିକିଆ ସିରିଜ୍ ଆରମ୍ଭ ହେବ। ସିରିଜ୍‌ରେ ଭାରତୀୟ ଦଳର ନେତୃତ୍ଵ ନେବେ ଶିଖର ଧାଓ୍ଵନ। ମ୍ୟାଚ୍‌ର ପୂର୍ବ ସନ୍ଧ୍ୟାରେ ଧାଓ୍ଵନ କହିଛନ୍ତି, ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ଦିବସୀୟ ଶୃଙ୍ଖଳା ଟି-୨୦ ବିଶ୍ଵ କପ୍‌ର ଷ୍ଟାଣ୍ଡବାଇ ଖେଳାଳିଙ୍କ ପାଇଁ ନିଜକୁ ସାବ୍ୟସ୍ତ କରିବାର  ଭଲ ସୁଯୋଗ ମିଳିବ।

ଯଶପ୍ରୀତ ବୁମରା ଆହତ କାରଣରୁ ବିଶ୍ଵ କପ୍‌ରୁ ବାଦ୍ ପଡିଛନ୍ତି। ଏମିତି ସ୍ଥିତିରେ ଦୀପକ ଚହର  ଏବଂ ମହମ୍ମଦ ସିରାଜଙ୍କ ନିକଟରେ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବାର ଭଲ ସୁଯୋଗ ରହିଛି। ଚହର ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ସାମିଲ୍। ମହମ୍ମଦ ଶାମିଙ୍କ ଅକ୍ଟୋବର ୧୫ ପୂର୍ବରୁ ମ୍ୟାଚ୍ ପାଇଁ  ଫିଟ୍‌ ନହେବା ସ୍ଥିତିରେ ମହମ୍ମଦ ସିରାଜଙ୍କ ନିକଟରେ ଦଳରେ ସ୍ଥାନ ପାଇବାର ସୁଯୋଗ ରହିଛି। ବୁମରା ବାଦ୍ ପଡିବା ପରେ ତାଙ୍କର ବଦଳ ଖେଳାଳି ଭାବେ ପ୍ରବଳ ଦାବିଦାର ହେଉଛନ୍ତି ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ।  

ମହମ୍ମଦ ଶାମି, ଶ୍ରେୟସ ଆୟର, ରବି ବିଷ୍ନୋଇ ଏବଂ ଦୀପକ ଚହର ଟି-୨୦ ବିଶ୍ଵ କପ୍ ପାଇଁ ଭାରତୀୟ ଦଳରେ ଷ୍ଟାଣ୍ଡବାଇ ଖେଳାଳି ଭାବେ ରହିଛନ୍ତି। ଧାଓ୍ଵନ କହିଛନ୍ତି, ନିଶ୍ଚିତ ଭାବେ ଏହା ଗୁରୁତ୍ଵପୂର୍ଣ୍ଣ ଯେ, ଷ୍ଟାଣ୍ଡବାଇ ଖେଳାଳିଙ୍କୁ ଯେତେ ଅଧିକ ସୁଯୋଗ ମିଳିବ ସେମାନେ ସେତେ ଅଧିକ ପ୍ରସ୍ତୁତ ରହିବେ। ଯଦି ଏହି ଖେଳାଳି ଭଲ ପ୍ରଦର୍ଶନ କରନ୍ତି, ତେବେ ସେମାନଙ୍କ ଆତ୍ମ ବିଶ୍ଵାସ ବଢିବ। କାହାକୁ ଜଣା ଟି-୨୦ ବିଶ୍ଵ କପ୍‌ରେ ସୁଯୋଗ ମିଳିବ,  ଏଥିପାଇଁ ଖେଳାଳି ଦିନିକିଆ ଶୃଙ୍ଖଳାକୁ ପ୍ରସ୍ତୁତି ଭାବେ ଦେଖି ପାରିବେ। ଭାରତୀୟ ଦଳରେ ରାହୁଲ ତ୍ରିପାଠୀ, ରଜତ ପାଟିଦାର, ମୁକେଶ କୁମାର, ଶାହବାଜ ଅହମ୍ମଦ ପରି ନୂତନ ଖେଳାଳି ମଧ୍ୟ ସାମିଲ୍।

   Related Posts