ଟିମ୍ ଇଣ୍ଡିଆକୁ ବଡ ଝଟ୍କା, ବିଶ୍ବକପ୍ ମ୍ୟାଚ୍ରୁ ୩ ସପ୍ତାହ ବାଦ୍ ପଡିଲେ ଶିଖର ଧାୱନ
11/06/2019 at 1:53 PM

ନୂଆଦିଲ୍ଲୀ ୧୧|୬: ନ୍ୟୁଜିଲାଣ୍ଡ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା । ଷ୍ଟାର ଓପନର ତଥା ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସିଲ କରି ଫର୍ମକୁ ଫେରିଥିବା ଶିଖର ଧାୱନ ୩ ସପ୍ତାହ ପାଇଁ ଟିମ୍ରୁ ବାଦ୍ ପଡ଼ିଛନ୍ତି । ଅଷ୍ଟ୍ରେଲିଆ ମ୍ୟାଚ୍ ଖେଳୁଥିବା ବେଳେ ତାଙ୍କ ବାମ ହାତ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଯାହାର ପରିଣାମସ୍ବରୂପ ୩ ସପ୍ତାହ ପାଇଁ କ୍ରିକେଟରୁ ଦୂରେଇ ରହିବେ ଧାୱନ । ତେଣୁ ୧୩ରେ ନ୍ୟୁଜିଲାଣ୍ଡ ଓ ୧୬ରେ ପାକିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମ୍କୁ ଶକ୍ତ ଝଟ୍କା ଲାଗିଛି ।
ପୂର୍ବରୁ ଅଷ୍ଟ୍ରେଲିଆ ମ୍ୟାଚ୍ରେ ନାଥନ କୁଲଟର ନାଇଲଙ୍କ ଏକ ବଲ୍ ଧାୱନଙ୍କ ଆଙ୍ଗୁଠିରେ ବଲ୍ ବାଜିଥିଲା । ଧାୱନ ଶତକ ହାସଲ କରିଥିଲେ ମଧ୍ୟ ଫିଲଡିଂ ପାଇଁ ଆସିନଥିଲେ । ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ପୂରା ୫୦ ଓଭରଯାକ ଫିଲଡିଂ କରିଥିଲେ ।