ବିରାଟ କୋହଲିଙ୍କ ପରେ ଶିଖର ଧୱନ; IPLରେ କଲେ ଏଭଳି ରେକର୍ଡ, ପଛରେ ପଡ଼ିଲେ ୱାର୍ଣ୍ଣର, ରୋହିତ ଓ ରାଇନା

Published By : Prameya-News7 Bureau | April 25, 2022 IST

ମୁମ୍ବାଇ: ବିରାଟ କୋହଲିଙ୍କ ପରେ ଶିଖର ଧୱନ ଧମକା। ଆଇପିଏଲ୍‌ରେ ୬ ହଜାର ରନ୍‌ ପୂରଣ କଲେ ଧୱନ। ଆଜି (ଏପ୍ରିଲ ୨୫) ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଚେନ୍ନାଇ ବିପକ୍ଷରେ ମ୍ୟାଚ୍‌ ଖେଳି ସେ ଏହି ରେକର୍ଡ କରିଛନ୍ତି। ଆଇପିଏଲ୍‌ରେ ଏଭଳି ରେକର୍ଡ କରିବାରେ ବିରାଟ କୋହଲିଙ୍କ ପରେ ଶିଖର ଧୱନ ଦ୍ୱିତୀୟ ବ୍ୟାଟର ହୋଇଛନ୍ତି।

ଆଜି ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା ପଞ୍ଜାବ। ଦଳ ପକ୍ଷରୁ ବ୍ୟାଟିଂ କରି ଧାୱନ ଏହି ବିରଳ ରେକର୍ଡ କରିଛନ୍ତି। ଏଥିପାଇଁ ୨୦୧ ମ୍ୟାଚ୍‌ ଖେଳିବାକୁ ପଡ଼ିଛି। ଆଇପିଏଲ୍‌ରେ ଧୱନଙ୍କର ବ୍ୟାଟିଂ ପ୍ରଦର୍ଶନ ଉନ୍ନତ ରହିଛି। ସେ ହିଟ୍‌ମ୍ୟାନ୍ ରୋହିତ ଶର୍ମା(୫୭୬୪), ଡେଭିଡ୍ ୱାର୍ଣ୍ଣର(୫୬୬୮)ଙ୍କୁ ପଛରେ ପକାଇ ସର୍ବାଧିକ ରନ୍ ତିଆରି କରିବାରେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି।

Image

ବର୍ତ୍ତମାନ ସୁଧା ବିରାଟ କୋହଲି ଆଇପିଏଲ୍‌ରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ଅଛନ୍ତି। ସେ ୨୦୧୫ ମ୍ୟାଚ୍‌ରେ ୬୫୦୨ ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ପଚଖୁ ଶିଖର ଧୱନ। ଆଇପିଏଲ୍‌ରେ ସର୍ବାଧିକ ରନ୍ ସଂଗ୍ରହକାରୀମାନେ ହେଲେ-

ବିରାଟ କୋହଲି -୬୪୦୨
ଶିଖର ଧୱନ- ୬୦୨୪*
ରୋହିତ ଶର୍ମା-୫୭୬୪
ଡେଭିଡ ୱାର୍ଣ୍ଣର-୫୬୬୮
ସୁରେଶ ରାଇନା- ୫୫୨୮

ତେବେ ଧୱନ ଖବର ଲେଖାଯିବ ସୁଧା ବ୍ୟାଟିଂ ଜାରି ରଖିଥିବାରୁ ଉପରୋକ୍ତ ସଂଖ୍ୟା ଠାରୁ ତାଙ୍କ ରନ୍ ସଂଖ୍ୟା ବୃଦ୍ଧି ହେବ। ସୂଚନା ଥାଉକି, ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍‌ ଟିମ୍‌ର ଥିବା ଧୱନଙ୍କୁ ଏଥର ପଞ୍ଜାବ ୮.୨୫ କୋଟିରେ କିଣିଥିଲା। ଏପର୍ଯ୍ୟନ୍ତ ସେ ଦଳର ୮ ମ୍ୟାଚ୍ ଖେଳି ଧାନ ୨୫୦ ରନ୍ ପୂରା କରିସାରିଲେଣି।

ଆଜିର ମ୍ୟାଚ୍‌ରେ ଧୱନ ୩୭ ରନ୍‌ ବଲ୍‌ରେ ନିଜର ଅର୍ଦ୍ଧଶତକ ପୂରା କରିଥିଲେ। ମ୍ୟାଚ୍‌ରେ ୯ ଚୌକା ଓ ଦୁଇଟି ଛକ୍କା ଭଳରେ ମୋଟ ୮୮ ରନ୍‌ କରି ନଟ୍‌ଆଉଟ୍ ରହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.