ସିକ୍ରେଟ୍‌ ଗର୍ଲଫ୍ରେଣ୍ଡ ସହ ୨ଘଣ୍ଟା କଥା ହୋଇଥିଲେ ଶିଜାନ, ଖୁଲାସା କଲା ପୋଲିସ୍‌

Published By : Prameya-News7 Bureau | December 30, 2022 IST

ମୁମ୍ଵାଇ ୩୦।୧୨: ଟିଭି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମୃତ୍ୟୁକୁ ପୋଲିସ ନିରନ୍ତର ଅନୁସନ୍ଧାନ କରୁଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା। ଏଥିସହ ପୋଲିସ କହିଛି ଯେ ଆତ୍ମହତ୍ୟା କରିଥିବା ସ୍ଥାନରୁ ପୋଲିସ ତିନୋଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି। ଏହି ଫୋନ୍ ମଧ୍ୟରୁ ଗୋଟିଏ ଶିଜାନଙ୍କର ବୋଲି କୁହାଯାଉଛି ।  

ବଲିଉଡ ଲାଇଫ ରିପୋର୍ଟ ଅନୁଯାୟୀ ଆତ୍ମହତ୍ୟା ସ୍ଥାନରୁ ଉଦ୍ଧାର ହୋଇଥିବା ତିନୋଟି ମୋବାଇଲ ମଧ୍ୟରୁ ଗୋଟିଏ ହେଉଛି ଶିଜାନଙ୍କର । ମୋବାଇଲ ଫୋନ୍‌ର ହ୍ଵାଟ୍ସଆପ୍‌ ରେ ଶିଜାନ ତୁନିଶାଙ୍କ ମାଆଙ୍କ ସହ ଚାଟ ହୋଇଥିବା ଜଣାପଡିଛି। ପୋଲିସ ଏହା ମଧ୍ୟ ଜାଣିବାକୁ ପାଇଛି ଯେ ଶିଜାନ ତାଙ୍କ ସିକ୍ରେଟ୍‌ ଗର୍ଲଫ୍ରେଣ୍ଡଙ୍କ ସହ ଦୁଇ ଘଣ୍ଟା ଧରି ଫୋନରେ କଥା ହୋଇଥିଲେ। ବର୍ତ୍ତମାନ ପୋଲିସ ଅଧିକ ତଦନ୍ତରେ ଲାଗି ପଡିଛି।

କହିବାକୁ ଗଲେ ତୁନିଶା ୨୪ ଡିସେମ୍ଵର ନିଜ ଶୋ’ର ସେଟ୍‌ରେ ଆତ୍ମହତ୍ୟା କରିଥିଲେ।  ଫରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଅଭିନେତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ମା ଶିଜାନଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।  ପୋଲିସ ଶେଜନଙ୍କୁ ଗିରଫ କରି ରିମାଣ୍ଡରେ ନେଇଥିଲା। ପରେ ତାଙ୍କ ରିମାଣ୍ଡରେ ୩୦ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଶିଜାନଙ୍କୁ ପଚରାଉଚରା ବେଳେ ପୋଲିସ ତାଙ୍କ ସିକ୍ରେଟ୍‌ ଗର୍ଲଫ୍ରେଣ୍ଡ ବିଷୟରେ ଜାଣିବାକୁ ପାଇଥିଲା ଏବଂ ଫୋନରେ ଅନେକ ଝିଅଙ୍କ ଠାରୁ ହ୍ଵାଟ୍ସଆପ୍‌ ଚାଟ୍‌ର ଡିଟେଲସ୍‌ ପାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.