ସୁଶାନ୍ତ ସିଂହ ମାମଲାରେ ସାମ୍ନାକୁ ଆସିଲା 'ମିଷ୍ଟ୍ରି ଗାର୍ଲ'ଙ୍କ ସତ୍ୟତା: ରହସ୍ୟ ଉପରୁ ପରଦା ହଟାଇଲେ ଶିବାନୀ

Published By : Prameya-News7 Bureau | August 25, 2020 IST

ମୁମ୍ବାଇ ୨୫/୦୮ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟରୁ ତଦନ୍ତ ନିର୍ଦେଶ ପାଇବା ପରେ ସିବିଆଇ ଜୋରସୋରରେ ତଦନ୍ତ ଆରମ୍ଭ କରିଛି | ସିବିଆଇ ତଦନ୍ତରେ ଅନେକ ଗୁରୁତ୍ୱପୂର୍ଣ ଖୁଲାସା ହେବାର ସମ୍ଭାବନା ରହିଛି | ସିବିଆଇ ଏହି ମାମଲାରେ ଜୁନ ୧୪ ତାରିଖରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ଦିନ ତାଙ୍କ ଘରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ପଚରାଉଚୁରା କରୁଛି | ଏହି ମାମଲାରେ ନିକଟରେ ଚର୍ଚ୍ଚା ହୋଇଥିବା ମିଷ୍ଟ୍ରି ଗାର୍ଲ ଉପରୁ ମଧ୍ୟ ପରଦା ଉଠିଛି |

{"id":319935,"sizeSlug":"large"}

ନିକଟରେ ତଦନ୍ତ ବେଳେ ପୋଲିସକୁ ସିସିଟିଭି ଫୁଟେଜରେ ଜଣେ ମିଷ୍ଟ୍ରି ଗାର୍ଲ ଦେଖିବାକୁ ମିଳିଥିଲା | ଯୁବତୀ ଜଣକ ସୁଶାନ୍ତଙ୍କୁ ଫ୍ଲାଟକୁ ଯାଇଥିବା ଫୁଟେଜରେ ଦେଖିବାକୁ ମିଳିଥିଲା | ଏହି ଯୁବତୀଙ୍କ ହାତରେ କଳା ରଙ୍ଗର ଏକ ବ୍ୟାଗ ଥିଲା | ସୋସିଆଲ ମିଡ଼ିଆ ୟୁଜର୍ସ ଏହି ମିଷ୍ଟ୍ରି ଗାର୍ଲଙ୍କୁ ରିୟା ଚକ୍ରବର୍ତ୍ତୀଙ୍କ ସାଙ୍ଗ ଶିବାନୀ ଦାଣ୍ଡେକର ବୋଲି କହିଥିଲେ | ଏହାପରେ ଶିବାନୀ ସତ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି |

wp:core-embed/twitter {"url":"https://twitter.com/shibanidandekar/status/1297525916159991808","type":"rich","providerNameSlug":"twitter","className":""}
https://twitter.com/shibanidandekar/status/1297525916159991808
/wp:core-embed/twitter

ଶିବାନୀ ଟ୍ୱିଟ କରି କହିଛନ୍ତି ଯେ, 'ଏଇଟା ମୁଁ ନୁହେଁ କି ସିମୋନ ବି ନୁହେଁ | ସନ୍ଦେହ କରିବ ପୂର୍ବରୁ ଯାଞ୍ଚ କରିବ ଦରକାର | ଇଏ ସୁଶାନ୍ତ ସିଂହ ରାଜପୁତଙ୍କ ପିଆର ପର୍ସନ ଓ ସହକାରୀ ରାଧିକା ନିହାଲାନି | କୌଣସି ପ୍ରକାର ମିଛ ଖବର ବା ଗୁଜବ ସୃଷ୍ଟି କରିବା ବନ୍ଦ କରନ୍ତୁ | ମୋ ନୀରବତା ଆପଣଙ୍କୁ କୌଣସି ଅଧିକାର ଦେଇନାହିଁ ଗୁଜବ ସୃଷ୍ଟି କରିବାକୁ ଏବଂ ମିଛ ଖବର ପ୍ରସାର କରିବାକୁ |'

{"id":319936,"sizeSlug":"large"}

ଶିବାନୀ ଟ୍ୱିଟ କରି ତାଙ୍କ ଉପରେ ଲାଗିଥିବା ଏହି ଆରୋପକୁ ମିଛ ବୋଲି କହିଛନ୍ତି | ସେ କହିଛନ୍ତି ଯେ ସିସିଟିଭି ଫୁଟେଜରେ ଦେଖାଯାଉଥିବା ମିଷ୍ଟ୍ରି ଗାର୍ଲ ସେ ନୁହନ୍ତି ବରଂ ଅନ୍ୟ କିଏ | କୌଣସି ଖବରର ସତ୍ୟତା ନ ଜାଣି ତାକୁ ପ୍ରଚାର ପ୍ରସାର କରିବା ଅନୁଚିତ ବୋଲି ସେ କହିଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.