ସମ୍ୱଲପୁରରେ ମହା ଆଡ଼ମ୍ୱରରେ ସରିଲା ଶୀତଳଷଷ୍ଠୀ ଯାତ୍ରା; ବିଭିନ୍ନ ପୂଜା ମଣ୍ଡପ ବୁଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
25/05/2023 at 8:21 PM

ସମ୍ୱଲପୁର ୨୫/୦୫: ମହା ଆଡମ୍ବରରେ ସମ୍ପନ୍ନ ହେଲା ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାର ଶିବ ବିବାହ କାର୍ଯ୍ୟକ୍ରମ। ବ୍ରହ୍ମ ମୂହୁର୍ତରେ ନନ୍ଦପଡ଼ାର ବମ୍ ବରାଡ ବାଲୁଙ୍କେଶ୍ବର ବାବା, ଝାଡୁଆପଡାର ଲୋକନାଥ ବାବା, ମୋଦିପଡାର ଜାଗେଶ୍ବର ବାବାଙ୍କ ସମେତ ସବୁ କମିଟିର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ଶୁଭଲଗ୍ନରେ କନ୍ୟାପିତା କନ୍ୟାଦାନ ପରେ ହସ୍ତଗଣ୍ଠି ପଡିଛି।

ତେବେ ବିବାହ ମଣ୍ଡପରେ ନବ ଦମ୍ପତ୍ତି ଦର୍ଶନ ଦେଉଥିବାବେଳେ ରାତ୍ରିରେ ମହା ଆଳତୀ ପରେ ନଗର ଭ୍ରମଣ କରି ଯୁଗଳ ଦର୍ଶନ ଦେବେ। ଯାହା ଆଜି ରାତ୍ରିରୁ ବାହାରି କାଲି ଅପରାହ୍ନ ୪ଟା ଯାଏଁ ଚାଲିବ। ତେବେ ଆଜି ବିଭିନ୍ନ ପୂଜା ମଣ୍ଡପକୁ ଯାଇ ଶୀତଳଷଷ୍ଠୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାତିରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛିl