ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଦାୟିତ୍ୱ ପ୍ରଦାନରେ ପାତର ଅନ୍ତର ନୀତି; ସ୍କୁଲ୍‌ ଆଗରେ ଧାରଣା ଦେଲା ଏସଏଚଜି ମହିଳା

16/02/2023 at 9:39 PM

ପାଟଣା ୧୬/୦୨: ଗୋଟିଏ ମହିଳା ଏସଏଚଜି ଗ୍ରୁପ୍‌କୁ ସ୍କୁଲ୍‌ର ବିଭିନ୍ନ କାମ ବୁଝିବାକୁ ଦାୟିତ୍ୱ ମିଳିବାରୁ ଅନ୍ୟ ଏକ ଗ୍ରୁପ୍‌ର ମହିଳାମାନେ ସ୍କୁଲ୍‌ ଆଗରେ ଆନ୍ଦୋଳନ କରିଛନ୍ତି। ଏପରି ଘଟଣା କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ମିରିଗିଖୋଜି କୁଣ୍ଡୁଳା ଉଚ୍ଚ ବିଦ୍ୟାଳୟ ଆଗରେ ଦେଖିବାକୁ ମିଳିଛି। ଖବର ଅନୁସାରେ, ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ସହ ରାତି ଜଗୁଆଳି, ପିଅନ ସହିତ ଝାଡୁଦାର ପଦବୀ ପାଇଁ ଗାଁର ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ମହିଳାଙ୍କୁ ମିଶନ ଶକ୍ତି ଦ୍ୱାରା ଦାୟିତ୍ୱ ଦିଆଯାଇଛି।

ଏପରି ପାତର ଅନ୍ତର ନୀତିକୁ ବିରୋଧ କରି ଅନ୍ୟ ଏସଏଚଜି ମହିଳାମାନେ ଧାରଣା ଦେଇଛନ୍ତି। ତାଙ୍କୁ ମଧ୍ୟ ଦାୟିତ୍ୱ ଦେବାକୁ ସେମାନେ ଦାବି କରିଛନ୍ତି। ଦାବି ପୂରଣ ନହେଲା  ପର୍ଯ୍ୟନ୍ତ ସେମାନେ ଧାରଣାରୁ ହଟିବେ ନାହିଁ ବୋଲି  କହିଛନ୍ତି। ଏନେଇ ପଚାରିବାରୁ ‘’ଅଭିଯୋଗ ପାଇଛି ସରକାରଙ୍କ ନିୟମ ଅନୁସାରେ ଏସଏଚଜିକୁ ଚୟନ କରି ଦାୟିତ୍ୱ ଦିଆଯାଇଛି’’ ବୋଲି ସାହାରପଡ଼ା ସମ୍ୱନ୍ୱିତ ମହିଳା ବିକାଶ ଅଧିକାରିଣୀ  ଦୀପ୍ତିମୟୀ ନାଏକ କହିଛନ୍ତି l

   Related Posts