LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସ୍ବାମୀ ରାତ୍ର ଜଗୁଆଳି, ସ୍ତ୍ରୀ ସୁଇପର : ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ବିଦ୍ୟାଳୟରେ ତାଲା

31/03/2023 at 2:35 PM

ମହାକାଳପଡା ୩୧।୩: ସ୍ବାମୀ ରାତ୍ର ଜଗୁଆଳି, ସ୍ତ୍ରୀ ସୁଇପର । କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ୍‌ର ବଡପଲି ସରକାରୀ ଉଚ୍ଚ ବିଦ୍ୟାଳୟରେରେ ନିଯୁକ୍ତିରେ ଅନିୟମିତତାକୁ ନେଇ ତାତିଲେ ମହିଳା । ପ୍ରତିବାଦରେ ୧୩ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନେ ଏକାଠି ହୋଇ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଫଳରେ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ପ୍ରବେଶ କରିପାରିନଥିଲେ ।

ସୂଚନାଯୋଗ୍ୟ ଯେ, ବଡପଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ମିଶନ ଶକ୍ତି ଦ୍ଵାରା ରାତ୍ର ଜଗୁଆଳି ଓ ସୁଇପର ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମାତ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସିଆରପି ଚଞ୍ଚକତା କରି, ରାଜନଗର ବ୍ଲକର ମହିଳା ମହାସଂଘର ସମ୍ପାଦିକା ଧରିତ୍ରୀ ସାହୁଙ୍କୁ ସୁଇପର ଓ ତାଙ୍କ ସ୍ବାମୀ ପ୍ରକାଶ ସାହୁଙ୍କୁ ରାତ୍ର ଜଗୁଆଳି ପଦରେ ନିଯୁକ୍ତି କରିବାକୁ ନେଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏ ନେଇ ସ୍ଥାନୀୟ ବିଡିଓ, ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ । ନିଯୁକ୍ତି ପ୍ରକ୍ରିୟାକୁ ବାତିଲ କରିବାକୁ ଅଭିଯୋଗ କରିଥିଲେ । ମାତ୍ର କୌଣସି ସୁଫଳ ମିଳିନଥିଲା । ଏ ନେଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକାଠି ହୋଇ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି । ସ୍ବାମୀ ଓ ସ୍ତ୍ରୀଙ୍କ ନିଯୁକ୍ତି ରଦ୍ଦ କରିବା ପାଇଁ ଦାବି କରିଛନ୍ତି । ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ପ୍ରଶାସନକୁ ମହିଳାମାନେ ଚେତାବନୀ ଦେଇଛନ୍ତି ।

   Related Posts