ପ୍ୟାରିସରେ ଚମକିଲା ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ, ହାତ ତିଆରି ସାମଗ୍ରୀକୁ ମିଳିଛି ପ୍ରଶଂସା

Published By : Prameya-News7 Bureau | November 05, 2022 IST

ଗଞ୍ଜାମ ୦୫/୧୧: ଚର୍ଚ୍ଚାରେ ଅକ୍ଷତପଲିର SHG ଗ୍ରୁପ । ପ୍ୟାରିସରେ ଅନୁଷ୍ଠିତ ଖାଦ୍ୟ ଇଭେଣ୍ଟରେ ଏମାନଙ୍କ ହାତ ତିଆରି ସାମଗ୍ରୀକୁ ମିଳିଛି ପ୍ରଶଂସା । ମାଣ୍ଡିଆରୁ ପ୍ରସ୍ତୁତ ଏମାନଙ୍କ ବିଭିନ୍ନ ଖାଦ୍ୟ ସାମଗ୍ରୀକୁ ମିଳିଛି ବାହାବା । ଗଞ୍ଜାନ ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହଯୋଗରେ ପ୍ୟାରିସରେ ଅନୁଷ୍ଠିତ ଫୁଡ ମେଳାରେ ମିଳିଛି ସ୍ଥାନ ।

wp:gallery {"linkTo":"none"} /wp:gallery

୧୨୫ଟି ଖାଦ୍ୟ ମେଳାରେ ସ୍ଥାନ ପାଇ ବ୍ୟବସ୍ୟାୟ ସୁଯୋଗ ସୃଷ୍ଟି କରିଛି । ଆଗକୁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନର ମିଳିତ ସହଯୋଗରେ ସେମାନେ ମାଣ୍ଡିଆରେ ପ୍ରସ୍ତୁତ ବହୁ ଖାଦ୍ୟ ତିଆରି କରି ଆହୁରି ନାଁ କମେଇ ପାରିବେ । ଜିଲ୍ଲାରେ ମଧ୍ୟ ଅନ୍ୟ shg ଉପକୃତ ହୋଇ ପାରିବେବୋଲି ଗାଁ ବାସୀ ମତ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.