ଡୁଡୁମା ପର୍ଯ୍ୟଟନ ସ୍ଥଳୀକୁ ସଫେଇ କଲେ ବିଜିଲି SHG, ସାଉଁଟିଲେ ପ୍ରଶଂସା

Published By : Prameya-News7 Bureau | January 04, 2023 IST

ଲମତାପୁଟ ୦୪/୦୧: କୋରାପୁଟ ଜିଲ୍ଲା ଡୁଡୁମା ପର୍ଯ୍ୟଟକ ସ୍ଥଳୀକୁ ସଫେଇ କଲେ ମହିଳାମାନେ । ବିଜିଲି SHG ମାଁ ମାନେ ଡୁଡୁମା ସଫେଇ କରିଥିବା ନେଇ ବେଶ ଚର୍ଚ୍ଚା ଜୋର ଧରିଛି ।

ଲମତାପୁଟ ବ୍ଲକ ଡୁଡୁମାକୁ ଜାନୁୟାରୀ ପହିଲାରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବା ବେଳେ ଅଳିଆ ଆବର୍ଜନା ଫିଙ୍ଗା ଫୋପଡା କରି ପରିବେଶ ଦୂଷିତ କରିଥିଲେ । ଯୁଆଡେ ଆଖି ବୁଲାଇଲେ ଅଳିଆ ଆବର୍ଜନା ପରିପୂର୍ଣ ଥିଲା । ପ୍ରଶାସନ କିମ୍ବା ଅପରିଷ୍କାର କରୁଥିବା ପର୍ଯ୍ୟଟକ ମାନେ ଏହାକୁ ଅଣଦେଖା କରିଥିବା ବେଳେ ଡୁଡୁମା ଜଳପ୍ରପାତ ର ସଫେଇ କରିଛନ୍ତି ଧମନିପୁଟ ଗ୍ରାମର ବିଜିଲି SHG ମହିଳା ।

ତେବେ ପର୍ଯ୍ୟଟକ ଏଠାକୁ ଆସି ପରିବେଶ ଦୂଷିତ କରିବା ଏବଂ ସଫେଇ କରିବା ପାଇଁ ବ୍ଲକ ପ୍ରଶାସନ ଦାୟିତ୍ୱ ନନେବା କୁ ନେଇ ଅଞ୍ଚଳବାସି ନିନ୍ଦା କରିବା ଶହ ମହିଳାଙ୍କ ଏହିଭଳି ପ୍ରୟାସକୁ ସବୁ ମହଲରେ ପ୍ରଶଂଶା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.