Miss UniVerse 2023: ନିକାରାଗୁଆର ସେଏନିସ୍‌ ପାଲାସିଓ ଜିତିଲେ’ ମିସ୍‌ ୟୁନିଭର୍ସ ୨୦୨୩’ର ମୁକୁଟ

Published By : Prameya-News7 Bureau | November 19, 2023 IST

ମୁମ୍ଵାଇ ୧୯।୧୧: ୭୨ତମ ‘ମିସ୍‌ ୟୁନିଭର୍ସ’ ସୌନ୍ଦର୍ୟ୍ୟ ପ୍ରତିଯୋଗିତାରେ ନିକାରାଗୁଆର ସେଏନିସ୍‌ ପାଲାସିଓ ‘ମିସ୍‌ ୟୁନିଭର୍ସ ୨୦୨୩’ ମୁକୁଟ ପିନ୍ଧିଛନ୍ତି। ଯେଉଁଥିରେ ୯୦ ଟି ଦେଶରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ୨୩ ବର୍ଷ ବୟସ୍କା ଶ୍ୱେତା ଶାରଦା ଭାରତରୁ ଯାଇଥିଲେ ।  ହେଲେ ଏହାକୁ ଶ୍ରେଷ୍ଠ ୧୦ରେ ବି ସ୍ଥାନିତ କରିପାରି ନଥିଲେ।

wp:html
/wp:html

‘ମିସ୍‌ ୟୁନିଭର୍ସ ୨୦୨୨’ ଆର୍‌’ବନ୍ନି ଗାବ୍ରିଏଲ୍‌ ତାଙ୍କୁ ମୁକୁଟ ପିନ୍ଧାଇଛନ୍ତି। ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ନିକାରାଗୁଆ, ଅଷ୍ଟ୍ରେଲିଆ ଓ ଥାଇଲାଣ୍ଡ୍‌ ଶ୍ରେଷ୍ଠ ୩ ସ୍ଥାନରେ ସ୍ଥାନିତ ହୋଇଛନ୍ତି। ‘ମିସ୍‌ ୟୁନିଭର୍ସ’ ବିଜୟିନୀ ହେବାରେ ସେଏନିସ୍‌ ପାଲାସିଓ ହେଉଛନ୍ତି ନିକାରାଗୁଆର ପ୍ରଥମ ମହିଳା। ଏହି ପ୍ରତିଯୋଗିତା ଉପସ୍ଥାପନ କରିଥିଲେ ଆମେରିକୀୟ ଟେଲିଭିଜନ୍‌ ବ୍ୟକ୍ତିତ୍ୱ ଜିନି ମାଇ, ‘ମିସ୍‌ ୟୁନିଭର୍ସ ୨୦୧୨’ ଅଲିଭିଆ କ୍ୟୁଲ୍‌ପୋ ଓ ଆମେରିକୀୟ ଟେଲିଭିଜନ୍‌ ଉପସ୍ଥାପିକା ମାରିଆ ମିନୋନସ୍‌।

wp:html
/wp:html wp:embed {"url":"https://www.prameyanews7.com/who-is-shweta-sharda/","type":"wp-embed","providerNameSlug":"prameya-news-7"}
https://www.prameyanews7.com/who-is-shweta-sharda/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.