ଗବେଷକଙ୍କ ରିପୋର୍ଟ: ଜ୍ଞାନବାପୀ ମସ୍‌ଜିଦ୍ ଭିତରୁ ବାହିରିଛି ତ୍ରିଶୁଳ, ଶେଷ ନାଗଙ୍କ ଭଗ୍ନାବଶେଷ ଓ ଡମରୁ

Published By : Prameya-News7 Bureau | May 19, 2022 IST

ନୂଆଦିଲ୍ଲୀ: କୋର୍ଟଙ୍କ ସର୍ଭେ ନିର୍ଦ୍ଦେଶ ପରେ ଜ୍ଞାନବାପୀ ମସ୍‌ଜିଦ୍‌କୁ ଭିତରେ କଣ ବାହାରିଲା ସେନେଇ କୋର୍ଟରେ ତଥ୍ୟ ରଖିଛନ୍ତି ହିନ୍ଦୁ ପକ୍ଷର ଓକିଲ ଅଜୟ ମିଶ୍ର। ଏନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସୂଚନା ଦେଇ ସେ କହିଛନ୍ତି ଯେ ସର୍ଭେରେ କିଛି ହିନ୍ଦୁ ଦେବାଦେବୀଙ୍କର ଭଗ୍ନମୂର୍ତ୍ତୀ ବାହାରିଛି।  

ସେ କହିଛନ୍ତି " ଭଗ୍ନାବଶେଷଗୁଡ଼ିକ ମନ୍ଦିରର ଖଣ୍ଡ ବୋଲି ଜଣାପଡ଼ୁଛି। ଏବଂ ସେଥିରେ ଏକ ଶେଷ ନାଗଙ୍କର ଭଗ୍ନ ଫଣା ବି ଉଦ୍ଧାର ହୋଇଛି। ମୋତେ ବେସ୍‌ମେଣ୍ଟ ଭିତରକୁ ଯିବାକୁ ଦିଆଯାଇ ନଥିଲା। ହେଲେ ଭଗ୍ନାବଶେଷ ୫୦୦-୬୦୦ ବର୍ଷ ତଳର ବୋଲି ଜଣାପଡ଼ିଛି।"

ସୂଚନା ଥାଉକି ଗତ ୩ଦିନ ଧରି ହୋଇଥିବା ଭିଡିଓ ସର୍ଭେରେ ଅଜୟ ମିଶ୍ର ମଧ୍ୟ ସାମିଲ୍ ଥିଲେ। ସର୍ଭେରେ ପ୍ରଶାସନ ସହଯୋଗ କରୁନାହିଁ। ନିଜ ଦାୟିତ୍ୱରୁ ଦୂରେଇ ରହୁଛି ବୋଲି ଅଜୟ ମିଶ୍ର ଅଭିଯୋଗ କରିଛନ୍ତି।

ତେବେ ମସ୍‌ଜିଦ ଭିତରୁ ଏକ ଗୋଲାକୃତି ନିର୍ମାଣ ମିଳିଛି। ହିନ୍ଦୁ ପକ୍ଷ ଏହାକୁ ଶିବଲିଙ୍ଗ କହୁଥିବା ବେଳେ ମୁସଲମାନ ପକ୍ଷ ଏହାକୁ ଫୁଆରା ବୋଲି କହୁଛି।  

ସ୍ପେଶିଆଲ୍ କୋର୍ଟ କମିଶନର ବିଶାଲ ସିଂହ ନିର୍ମାଣ ବିଷୟରେ କୋର୍ଟରେ ତଥ୍ୟ ସବ୍‌ମିଟ କରିଛନ୍ତି। ସେ କହିଛନ୍ତି " ସନାତନ ଧର୍ମର ଅନେକ ସଂସ୍କୃତି ମସ୍‌ଜିଦ୍ ଭିତରେ ଲୁଚି ରହିଛି। ଯଥା ପଦ୍ମ, ଡମରୁ ତ୍ରିଶୁଳ ଆଦି ମସ୍‌ଜ୍‌ଦ ବେସ୍‌ମେଣ୍ଟ କାନ୍ଥରେ ଦେଖିବାକୁ ମିଳିଛି।" ଏହି ଭିଡିଓ ସର୍ଭେର ମେମୋରୀ ଚିଫ କୋର୍ଟରେ ଦିଆଯାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.