ଛୋଟିଆ ଝିଅ ସହ ନାଗିନ ଡାନ୍ସ କଲେ ଶର୍ଲିନ୍ ଚୋପ୍ରା : ଭାଇରାଲ୍ ହେଲା ଭିଡିଓ

Published By : Prameya-News7 Bureau | September 01, 2020 IST

ମୁମ୍ବାଇ ୧/୯: କରୋନା ମହାମାରୀ ପରେ ଦେଶବ୍ୟାପି ଲକଡାଉନ୍ ଲଗାଯାଇଥିଲା ଯାହା ଏବେ ଧୀରେ ଧୀରେ ଖୋଲିବାକୁ ଲାଗିଛି। କିନ୍ତୁ ତଥାପି ଲୋକଙ୍କୁ ଏହା ଅପିଲ କରାଯାଉଛି ଯେ ଯେତେ ସମ୍ଭବ ନିଜ ଘରେ ରୁହନ୍ତୁ ଏବଂ ଜରୁରୀ କାମ ନହେଲେ ଘରୁ ବାହାରନ୍ତୁ ନାହିଁ। ସେଲିବ୍ରିଟିମାନେ ଏହି ନିର୍ଦେଶର ପୂରା ପାଳନ କରୁଛନ୍ତି। ଏପରି ସମୟରେ ନିଜ ଘରେ ସମୟ ବିତାଉଥିବାବେଳେ ଅନେକ ସେଲିବ୍ରିଟିଙ୍କ ଭିଡିଓ ସାମନାକୁ ଆସୁଛି। ନିକଟରେ ଅଭିନେତ୍ରୀ ଦିଶା ପଟାନି ନିଜ କୁକୁର ସହ ମଜାଳିଆ ଭିଡିଓ କରିଥିବାବେଳେ ଭୂମି ପେଡନେକର ଏବଂ କ୍ୟାଟ୍ରିନା କୈଫ ନିଜ ଭଉଣୀଙ୍କ ସହ କ୍ବାଲିଟି ଟାଇମ୍ ବିତାଉଥିବା ଦେଖାଯାଉଛନ୍ତି। ଏପରି ସମୟରେ ବଲିଉଡର ବୋଲ୍ଡ ଏବଂ ହଟ୍ ଅଭିନେତ୍ରୀ ଶର୍ଲିନ୍ ଚୋପ୍ରାଙ୍କ ଏକ ଭିଡିଓ ସାମନାକୁ ଆସିଛି ଯାହା ଖୁବ୍ ଭାଇରାଲ୍ ହେଉଛି। ଅଧିକାଂଶ ସମୟରେ ନିଜ ହଟନେସ୍ ପାଇଁ ଚର୍ଚ୍ଚାରେ ଆସୁଥିବା ଶର୍ଲିନ୍ ଏହି ଭିଡିଓରେ ଏକ ଛୁଆ ସହ ନାଗିନ୍ ଡାନ୍ସ କରୁଥିବାର ନଜର ଆସିଛନ୍ତି।

wp:html
/wp:html

ଶର୍ଲିନ୍ ଚୋପ୍ରା ଏହି ଭିଡିଓରେ ଏକ ଛୋଟ ଝିଅ ସହ ନାଗିନ ଡାନ୍ସ କରୁଥିବାର ନଜର ଆସିଛନ୍ତି। ଶର୍ଲିନ୍ ଏହି ଭିଡିଓରେ ବ୍ଲାକ୍ ଡ୍ରେସ୍ ପିନ୍ଧିଥିବା ନଜର ଆସିଛନ୍ତି।

{"id":323480,"sizeSlug":"large"}

ଶର୍ଲିନ୍ ଚୋପ୍ରା ନିକଟରେ ଟି-ସିରିଜର ନୂଆ ଗୀତ ‘ତୁନୁ ତୁନୁ’ରେ ନଜର ଆସିଥିଲେ। କିନ୍ତୁ ଏବେ ନିଜ ଫିଲ୍ମ କ୍ୟାରିୟର ସହ ଶର୍ଲିନ ନିଜ ବିଜନେସରେ ଖୁବ୍ ବ୍ୟସ୍ତ ଅଛନ୍ତି। ଶର୍ଲିନ୍ ନିକଟରେ ‘ରେଡଶେର’ ନାମକ ଓଟିଟି ପ୍ଲାଟଫର୍ମ ଲଞ୍ଚ କରିଛନ୍ତି ଯାହା ହାଇ କ୍ବାଲିଟି କଣ୍ଟେଣ୍ଟ,ଓ୍ବେବ୍ ସିରିଜ ଦିଗରେ କାମ କରିଥାଏ।

{"id":323477,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.