ନୂଆଦିଲ୍ଲୀ ୧୬।୧୧: ପାକିସ୍ତାନ ସୁପର ଲିଗ୍ ୨୦୨୦ରେ ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସର ନାମ ଗୁଞ୍ଜି ଉଠିଛି। ନିକଟରେ ଇଣ୍ଡିଆନ ପ୍ରିମିୟର ଲିଗ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିବା ସେରଫାନେ ରଦରଫୋର୍ଡ ସେହି ସମୟରେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ସେ ମୁମ୍ବାଇ ଇଣ୍ଡିଆନ୍ସର ପୋଷାକ ପିନ୍ଧି ପାକିସ୍ତାନ ପ୍ରିମିୟର ଲିଗ୍ ଖେଳିବାକୁ ପାକିସ୍ତାନରେ ପହଞ୍ଚିଥିଲେ। ପୁଣି ଥରେ ଓ୍ଵେଷ୍ଟଇଣ୍ଡିଜର ଏହି ବ୍ୟାଟସମ୍ୟାନ ଚର୍ଚ୍ଚାରେ। ଚଳିତ ଥର ରଦରଫୋର୍ଡ କରାଚି କିଙ୍ଗ୍ସ ପକ୍ଷରୁ ଖେଳିବା ସମୟରେ ମୁମ୍ଵାଇ ଇଣ୍ଡିଆନ୍ସର ଗ୍ଲୋଭ୍ସ ପିନ୍ଧିଥିଲେ। ରଦରଫୋର୍ଡଙ୍କ ଏହି ଗ୍ଲୋଭ୍ସ କାରଣରୁ ପୂରା ପାକିସ୍ତାନ ସୁପର ଲିଗ୍ର ତିରଷ୍କାର କରାଯାଉଛି।
ସେରଫାନେ ରଦରଫୋର୍ଡ ଶନିବାର କ୍ଵାଲିଫାୟର ମୁକାବିଲାରେ ବ୍ୟାଟିଂ କରିବାକୁ ଓହ୍ଲାଇବା ବେଳେ ମୁମ୍ଵାଇ ଇଣ୍ଡିଆନ୍ସର ଗ୍ଲୋଭ୍ସ ପିନ୍ଧିଥିଲେ। ରଦରଫୋର୍ଡ ଏହି ମ୍ୟାଚ୍ରେ ମାତ୍ର ୧ ରନ କରିଥିଲେ, ମାତ୍ର ସୁପର ଓଭରରେ ଏହି ଯୁବ ଖେଳାଳି କରାଚି କିଙ୍ଗ୍ସକୁ ବିଜୟୀ କରାଇଛନ୍ତି। ରଦରଫୋର୍ଡ ସୁପର ଓଭରରେ ମୁଲତାନ ସୁଲତାନର ଦ୍ରୁତ ବୋଲର ସୋହେଲ ତନବୀରଙ୍କ ଓଭରରେ ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ଦଳକୁ ବିଜୟୀ କରାଇଥିଲେ। କିନ୍ତୁ ରଦରଫୋର୍ଡଙ୍କ ଗ୍ଲୋଭ୍ସର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇ ଯାଇଛି। ଏହା ପରେ ଭାରତୀୟ ପ୍ରଶଂସକ ପାକିସ୍ତାନ ସୁପର ଲିଗ୍କୁ ଜୋରଦାର ଟ୍ରୋଲ କରିଛନ୍ତି।
{"id":362905,"sizeSlug":"large"}ସୂଚନାଯୋଗ୍ୟ, ରଦରଫୋର୍ଡଙ୍କୁ ଆଇପିଏଲ ୨୦୨୦ରେ ମୁମ୍ଵାଇ ତରଫରୁ ଖେଳିବାର ସୁଯୋଗ ମିଳିନଥିଲା କିନ୍ତୁ ସିଜିନ ସମାପ୍ତ ହେବା ମାତ୍ରେ ସେ ଚର୍ଚ୍ଚାରେ ଅଛନ୍ତି। ଏହା ପୂର୍ବରୁ ପାକିସ୍ତାନ ସୁପର ଲିଗ୍ର ଆଗାମୀ ମ୍ୟାଚ୍ ଖେଳିବାକୁ ପହଞ୍ଚିଥିବା ରଦରଫୋର୍ଡ ମୁମ୍ବାଇ ଇଣ୍ଡିଆନ୍ସର ଜର୍ସିରେ ନଜର ଆସିଛନ୍ତି। କରାଚି କିଙ୍ଗ୍ସ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ଏୟାରପୋର୍ଟରେ ଓ୍ଵେଷ୍ଟଇଣ୍ଡିଜର ଷ୍ଟାର ଖେଳାଳିଙ୍କ ସ୍ଵାଗତ କରାଯାଉଥିବା ଫଟୋ ସେୟାର କରିଛି।