ଶେର ବାହାଦୁର ଦେଉବା ହେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇଲେ ମୋଦୀ

Published By : Prameya-News7 Bureau | July 18, 2021 IST

କାଠମାଣ୍ଡୁ୧୮/୭: ନେପାଳୀ କଂଗ୍ରେସର ପ୍ରମୁଖ ଶେର ବାହାଦୁର ଦେଉବା ବିଧିବଦ୍ଧ ଭାବେ ନେପାଳର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ରବିବାର ପ୍ରତିନିଧି ସଭା ବୈଠକରେ ଆସ୍ଥା ଭୋଟ୍‌ରେ ବିଜୟୀ ହୋଇଛନ୍ତି ଶେର ବାହାଦୁର । ୨୭୧ ସିଟ୍‌ ବିଶିଷ୍ଟ ସଂସଦରେ ତାଙ୍କ ସମର୍ଥନରେ ୧୬୫ ସାଂସଦ ଭୋଟ୍‌ ଦେଇଥିବା ଜଣାପଡ଼ିଛି। ୧୨ ଜୁଲାଇରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ୧୩ ଜୁଲାଇରେ ଦେଉବାଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରାଯାଇଥିଲା। ୨୧ ମେ’ରେ ଭଙ୍ଗ ହୋଇଥିବା ପ୍ରତିନିଧି ସଭାକୁ ସୁପ୍ରିମକୋର୍ଟ କାର୍ଯ୍ୟକ୍ଷମ ମଧ୍ୟ କରାଇଥିଲେ। ସେପଟେ ଓଲିଙ୍କ ସପକ୍ଷରେ ସମର୍ଥନରେ ୨୩ ସାଂସଦ ଏବଂ ୧୨ ମନ୍ତ୍ରୀ ମତଦାନ କରିଛନ୍ତି।  ତେବେ ନେପାଳର ନୂଆ ପ୍ରଧାନମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।

wp:embed {"url":"https://twitter.com/narendramodi/status/1416801219473936385","type":"rich","providerNameSlug":"twitter","responsive":true,"className":""}
https://twitter.com/narendramodi/status/1416801219473936385
/wp:embed

ମିଳିଥିବା ସୂଚନା ଅନୁସାରେ ଦେଉବାଙ୍କ ପକ୍ଷରେ ୧୬୫ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୮୩ ଭୋଟ୍‌ ପଡ଼ିଛି। ମତଦାନ ପ୍ରକ୍ରିୟାରେ ୨୪୯ ସାଂସଦ ଅଂଶଗ୍ରହଣ କରିଥିଲେ । ନେପାଳୀ କଂଗ୍ରେସ, ସିପିଏନ ମାଓବାଦୀ ସେଣ୍ଟର ଏବଂ ଜନତା ସମାଜବାଦି ପାର୍ଟି-ନେପାଳର ସାଂସଦମାନେ ଦେଉବାଙ୍କ ସପକ୍ଷରେ ଭୋଟ ଦେଇଛନ୍ତି। ଜେଏସପି-ଏନ୍‌ର ଠାକୁର ମହତୋ ଧଡ଼େ ଶେଷ ସମୟରେ ଦେଉବାଙ୍କୁ ଭୋଟ ଦେବାକୁ ନିର୍ଣ୍ଣୟ ନେଇଥିଲେ।

ପାଖାପାଖି ୧୨ ସାଂସଦ ସଂଦଦ ଛାଡ଼ିଥିଲେ। ମାଧବ କୁମାରଙ୍କ ସହିତ ୨୨ ଜଣ ସାଂସଦ ଦେଉବାଙ୍କୁ ଭୋଟ ଦେଇଥିଲେ। ଓଲିଙ୍କ ସମର୍ଥକଙ୍କ ମଧ୍ୟରେ ୮ ସାଂସଦଙ୍କୁ ମଧ୍ୟ ଦେଉବାଙ୍କ ଭୋଟିଂ ଲାଇନରେ ଦେଖିବାକୁ ମିଳିଥିଲା। ୟୁଏମଏଲ୍‌ର ବରିଷ୍ଠ ନେତା ଭୀମ ରାଓ୍ବଳ ଆଜି ସଂସଦରେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ନିଜର ଇସ୍ତଫା ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.