ସାବିତ୍ରୀ ବ୍ରତ ପାଇଁ ଦୁବାଇରୁ ଆସିଥିଲେ ସ୍ୱାମୀ, ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଫ୍ୟାନରେ ଝୁଲି ପଡିଲେ

Published By : Prameya-News7 Bureau | May 31, 2022 IST

ଢେଙ୍କାନାଳ, ୩୧|୦୫: ପତ୍ନୀର ଚରିତ୍ରକୁ ସନ୍ଦେହ କରି ଝୁଲି ପଡିଲା ସ୍ୱାମୀ । ସାବିତ୍ରୀରେ ହାରିଲା ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସରଖିଆ ଗ୍ରାମରେ ।

ସୂଚନାନୁସାରେ, ସୋମବାର ଥିଲା ସାବିତ୍ରୀ ଅମାବାସ୍ୟା । ପତିଙ୍କ ଶୁଭ ମନାସି ପତ୍ନୀମାନେ ରଖିଥିଲେ ଉପବାସ । ପତିଙ୍କ ଦୀର୍ଘ ଜୀବନ କାମନା କରିଥିଲେ । କିନ୍ତୁ ଢେଙ୍କାନାଳର ସରଖିଆ ଗ୍ରାମରେ ଜଣେ ସତ୍ୟବାନ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଜୀବନ ହାରିଛନ୍ତି । ମୃତ ସ୍ୱାମୀ ହେଲେ ଦେବ ଶଣ୍ଢ ।

ଦେବ ସୁଦୂର ଦୁବାଇରେ କାମ କରନ୍ତି ।ସେ ସାବିତ୍ରୀ ଅମାବାସ୍ୟା ପାଇଁ ଦୁବାଇରୁ ଗାଁକୁ ଆସିଥିଲେ । କିନ୍ତୁ ଘରକୁ ଫେରି ସ୍ତ୍ରୀଙ୍କୁ ପାଇନଥିଲେ । କାରଣ ବାପ ଘରକୁ ଯାଇଥିବା ପତ୍ନୀ ଶାଶୂ ଘରକୁ ଫେରିନଥିଲେ । ଆଉ ପତ୍ନୀଙ୍କ ଏପରି କାର୍ଯ୍ୟକଳାପ ଦେଖି ଦେବଙ୍କ ମନରେ ସନ୍ଦେହ ଉଙ୍କି ମାରିଥିଲା ।  ପୂର୍ବରୁ ମଧ୍ୟ ପତ୍ନୀଙ୍କ ଚରିତ୍ରକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ।  ଶେଷରେ ସେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ ।  ଖବର ପାଇବା ପରେ ପୋଲିସ ମୃତଦେହକୁ ଜବତ କରି ପୋଷ୍ଟ ମଟର୍ମ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.