ଆଶ୍ରୟସ୍ଥଳର ବ୍ୟବସ୍ଥା କରିଛନ୍ତି ସରକାର, ରାତିରେ ଟିକିଏ ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ
23/02/2020 at 9:59 PM

ବାଲେଶ୍ବର୨୩/୨: ବାସହୀନ ଲୋକେ ରାତିରେ ଟିକିଏ ମୁଣ୍ଡ ଗୁଞ୍ଜିବେ । ଏଥିପାଇଁ ରାତ୍ର କାଳୀନ ଆଶ୍ରୟସ୍ଥଳର ବ୍ୟବସ୍ଥା କରିଛନ୍ତି ସରକାର। ତେବେ ବାଲେଶ୍ବର ସହର ଏଫ୍.ଏମ୍. କଲେଜର ନର୍ଥ ହଷ୍ଟେଲ ନିକଟରେ ଥିବା ନାଇଟ୍ ସେଲଟର ହୋମ୍ ଖାଁ ଖାଁ ଲାଗୁଛି ।

ସବୁ କିଛି ସୁବିଧା ଥାଇ ମଧ୍ୟ କାହିଁକି ନିରାଶ୍ରୟମାନେ ଏଠି ରହୁନାହାନ୍ତି। ବାଲେଶ୍ବର ଏଫ.ଏମ୍. କଲେଜର ନର୍ଥ ହଷ୍ଟେଲ ନିକଟରେ ଥିବା ନାଇଟ୍ ସେଲ୍ଟର ହୋମ୍ । ଖଟ, ଗଦି, ମଶାରୀ ସବୁ ଅଛି । ପାଇଖାନା, ଗାଧୁଆ ଘରର ସୁବିଧା ବି ଅଛି।

ଏଠି ରହିବା ପାଇଁ କୌଣସି ଦେୟ ଦେବାକୁ ପଡ଼େନି । ନିରାଶ୍ରୟ ଟିକିଏ ମୁଣ୍ଡ ଗୁଞ୍ଜିବେ ବୋଲି ସରକାର ଏହାକୁ ନିର୍ମାଣ କରିଥିଲେ । ବର୍ଷେ ତଳୁ ଏହା କାର୍ଯ୍ୟକ୍ଷମ ହେଲାଣି ।

ତବେ ବାଲେଶ୍ବର ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସଂପର୍କୀୟ କେତେବେଳେ କିଏ ଆସି ରାତିରେ ରହୁଛନ୍ତି । ନ ହେଲେ ଏ ସ୍ଥାନ ପୁରା ଖାଁ ଖାଁ ।

ଏହି ରାତ୍ରି ଆଶ୍ରୟ ସ୍ଥଳୀରେ ଠିକ୍ ସ୍ଥାନରେ ହୋଇନାହିଁ । ରେଳ ଷ୍ଟେସନ, ବସ ଷ୍ଟାଣ୍ଡଠାରୁ ଦୂରରେ ରହିଛି । ଆଉ ଦୁଇ ଥାକିଆ ବିଛଣାକୁ ଅନେକ ପସନ୍ଦ କରୁ ନାହାଁନ୍ତି । ତେଣୁ ଯେଉଁ ଉଦ୍ଦେଶ୍ୟ ନେଇ ଏହାକୁ ନିର୍ମାଣ କରାଯାଇଥିଲା ତାହା ସଫଳ ହେଲାନି ।