ସେଲଟର ହୋମ୍‌ରେ ଯୌନ ନିର୍ଯାତନା ମାମଲା : ଅଭିଯୁକ୍ତ ବ୍ରଜେଶ ଠାକୁରକୁ ଆଜୀବନ ଜେଲ୍, ୨୦ ଅଭିଯୁକ୍ତ ମଧ୍ୟରୁ ୧୯ ଦୋଷୀ ସାବ୍ୟସ୍ତ

Published By : Prameya-News7 Bureau | February 12, 2020 IST

ମୁଜାଫରପୁର ୧୨।୨: ମୁଜାଫରପୁର ସେଲଟର ହୋମ୍ ମାମଲାରେ ଅଭିଯୁକ୍ତ ବ୍ରଜେଶ ଠାକୁରଙ୍କୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ବ୍ରଜେଶ ଠାକୁର ସେଲଟର ହୋମ୍ ରେ କେତେକ ନାବାଳିକାଙ୍କୁ ଯୌନ ନିର୍ଯାତନା ଏବଂ ମାରପିଟ କରୁଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କୋର୍ଟ ୨୦ ଜାନୁଆରୀରେ ବ୍ରଜେଶ ଠାକୁରଙ୍କୁ ଦୋଶୀ ସାବ୍ୟସ୍ତ କରିଥିଲେ । ୨୦ ଅଭିଯୁକ୍ତମାନଙ୍କ ମଧ୍ୟରୁ ୧୯ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ ।

୨୦୧୮ ମସିହା ମେ ମାସ ୨୬ ତାରିଖରେ ଏହି ଘଟଣା ପଦାକୁ ଆସିଥିଲା । ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସ ବିହାର ସରକାରଙ୍କୁ ଦେଇଥିବା ରିପୋର୍ଟରେ ସେଲଟର ହୋମ୍ ରେ ଯୌନ ଶୋଷଣ କରାଯାଉଥିବା ନେଇ ଉଲ୍ଲେଖ ରହିଥିଲା ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀ ସାକେତ ଜିଲ୍ଲା କୋର୍ଟରେ ଶୁଣାଣି ହୋଇଥିଲା । ବ୍ରଜେଶ ଠାକୁରକୁ ଧାରା ୧୨୦ (ଖ), ୩୨୪, ୩୨୩ରେ ଦୋଷୀ ସାବ୍ୟସ୍ତ କରାଯାଇଛି । ବ୍ରଜେଶ ଠାକୁରଙ୍କ ସମେତ ପାଞ୍ଚ ଜଣଙ୍କୁ କୋର୍ଟ ଗଣଦୁଷ୍କର୍ମ ଏବଂ ପୋକ୍ସୋ ଆକ୍ଟ ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇଛି । ଅନ୍ୟ ୧୪ଜଣଙ୍କ ମଧ୍ୟରୁ ୧୩ ଜଣଙ୍କୁ ପୋକ୍ସୋ ଆକ୍ଟ ଏବଂ ଷଡଯନ୍ତ୍ର ରଚିଥିବା ନେଇ ଦୋଷୀ ସାବ୍ୟସ୍ତ କରାଯାଇଛି । ସେମାନଙ୍କ ମଧ୍ୟରେ ୭ଜଣ ମହିଳା ରହିଛନ୍ତି ।

ମୁଜାଫରପୁରର ସେବା ସଂକଳ୍ପ ଏବଂ ବିକାସ ସମିତି ଅଧିନରେ ଚାଲୁଥିବା ଏ ଆଶ୍ରମକେ ଏଭଳି ଯୌନ ଶୋଷଣର ଅଭିଯୋଗ ହୋଇଥିଲା । ଆଶ୍ରମରେ ରହୁଥିବା ୪୨ ଜଣଙ୍କ ମଧ୍ୟରୁ ୩୪ଜଣଙ୍କୁ ଯୌନ ଶୋଷଣ କରାଯାଇଥିବା ସ୍ପଷ୍ଟ ହୋଇଥିଲା । ଏହି ମାମଲା ୨୦୧୮ ମସିହା ମଇ ୩୧ ତାରିଖରେ ୧୨ ଜଣଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.