ବିଜେପି ଏବଂ ଉପରାଜ୍ୟପାଳଙ୍କ ସବୁ ପେଞ୍ଚ ଫେଲ୍, ବାଜି ମାରିନେଲା ଆପ୍, ସେଲି ଓବ୍ରୟ ହେଲେ ଦିଲ୍ଲୀର ନୂଆ ମେୟର

Published By : Prameya-News7 Bureau | February 22, 2023 IST

ନୂଆଦିଲ୍ଲୀ ୨୨।୨: ଦିଲ୍ଲୀ ନଗରନିଗମ (ଏମସିଡି) ମେୟର ନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ୍) ବାଜିମାତ କରିଛି। ୨୨ ଫେବୃଆରୀ ବୁଧବାର ଅନୁଷ୍ଠିତ ମେୟାର ନିର୍ବାଚନରେ ଆପ୍ ପ୍ରାର୍ଥୀ ଡ. ସେଲି ଓବ୍ରୟ ଦିଲ୍ଲୀର ନୂଆ ମେୟର ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନରେ ସେଲି ଓବ୍ରୟଙ୍କୁ ୧୫୦ଟି ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରେଖା ଗୁପ୍ତାଙ୍କୁ ୧୧୬ଟି ଭୋଟ ମିଳିଛି। ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଭୋଟ ଗ୍ରହଣରେ କୌଣରି ପ୍ରକାର ବିରୋଧ କି ଅପ୍ରିତିକର ପରିସ୍ଥିତି ଉପୁଜି ନାହିଁ।   

wp:html /wp:html

ଉଠାପକା ଓ ଭଡିଓଟରାରେ ଦିଲ୍ଲୀକୁ ତାର ମେୟର ମିଳିଯାଇଛି। ଆପ ପ୍ରାର୍ଥୀ ସେଲି ଓବ୍ରୟ ମେୟର ନିର୍ବାଚନ ଜିତିଯାଇଛନ୍ତି। ଦିଲ୍ଲୀ ନଗର ନିଗମ ନିର୍ବାଚନର ୮୦ ଦିନ ପରେ ଓ ଚତୁର୍ଥ ପ୍ରୟାସରେ ବୁଧବାର ମେୟର ନିର୍ବାଚନ ହୋଇଛି। ଏଥିଲାଗି ଅନୁଷ୍ଠିତ ଭୋଟିଂରେ ସେଲି ବିଜେପି ପ୍ରାର୍ଥୀ ରେଖା ଗୁପ୍ତାଙ୍କୁ କଡା ମୁକାବିଲାରେ ପରାସ୍ତ କରିଛନ୍ତି। ତେବେ ବିଜେପି ଶେଷ ପର୍ଯ୍ୟନ୍ତ ନିଜ ବିଜୟକୁ ନେଇ ବେଶ୍ ଆସ୍ୱସ୍ଥ ଥିବା ଦେଖାଯାଉଥିଲା। ମେୟର ପରେ ଏବେ ଉପମେୟର ଓ ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ନିର୍ବାଚନ ନିର୍ବାଚନ ହେବ।   

ବୁଧବାର ଏମସିଡି ମେୟର ନିର୍ବାଚନ ଲାଗି ମୋଟ ୨୬୬ଟି ଭୋଟ ପଡିଥିଲା। ଏଥିରେ ଆମ ଆଦମୀ ପାର୍ଟିର ସେଲିଙ୍କୁ ୧୫୦ଟି ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରେଖା ଗୁପ୍ତାଙ୍କୁ ମୋଟ ୧୧୬ଟି ଭୋଟ ମିଳିଛି। ଏମସିଡିର ମୋଟ ୨୫୦ କାଉନସିଲରଙ୍କ ମଧ୍ୟରୁ ୨୪୧ ଜଣ ଭୋଟ ଦେଇଥିଲେ। ତେବେ କଂଗ୍ରେସର ୯ କାଉନସିଲ ମେୟର ନିର୍ବାଚନକୁ ବହିଷ୍କାର କରିଛନ୍ତି।

{"id":749234,"width":839,"height":551,"sizeSlug":"full","linkDestination":"none"}

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି) ଭି.କେ. ସକ୍ସେନା ଗତ ସପ୍ତାହରେ ମେୟର ପଦବୀ ଲାଗି ନିର୍ବାଚନ କରିବା ନିମନ୍ତେ ବୁଧବାର ନିଗମ ସଦନର ବୈଠକ ଡାକିବାକୁ ମଞ୍ଜୁରୀ ଦେଇଥିଲେ। ସୁପ୍ରିମକୋର୍ଟ ଫେବୃଆରୀ ୧୭ ତାରିଖ ଦିନ ମେୟର, ଡେପୁଟି ମେୟର ଓ ନଗରନିଗମର ସ୍ଥାୟୀ କମିଟି ସଦସ୍ୟଙ୍କ ନିର୍ବାଚନ ଲାଗି ତାରିଖ ଧାର୍ଯ୍ୟ କରିବା ନିମନ୍ତେ ଦିଲ୍ଲୀ ନଗରନିଗମ (ଏମସିଡି)ଙ୍କ ପ୍ରଥମ ବୈଠକ ଡାକିବା ନିମନ୍ତେ ୨୪ ଘଣ୍ଟା ମଧ୍ୟରେ ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ।  କୋର୍ଟ ଆମଆଦମୀ ପାର୍ଟି (ଆପ୍) ମେୟର ପ୍ରାର୍ଥୀ ସେଲି ଓବ୍ରୟଙ୍କ ପିଟିସନ ଉପରେ ଶୁଣାଣିରେ ଏହି ଆଦେଶ ଜାରି କରିଥିଲେ । ସୁପ୍ରିମକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଦେଇଥିଲେ ଯେ ଏଲଜିଙ୍କ ଦ୍ୱାରା ଏମସିଡି ଲାଗି ନୋମିନେଟେଡ ସଦସ୍ୟ ମେୟର ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ।  

ତେବେ ଦିଲ୍ଲୀ ନଗରନିଗମ ନିର୍ବାଚନକୁ ୨ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମେୟର ନିର୍ବାଚନ ହୋଇପାରୁନଥିଲା।  ଗତବର୍ଷ ଡିସେମ୍ବର ୪ ତାରିଖରେ ଏମସିଡି ନିର୍ବାଚନ ହୋଇଥିଲା। ନଗରନିଗମ ନିର୍ବାଚନର ପାଖାପାଖି ଏକ ମାସ ପରେ ଜାନୁୟାରୀ ୬ ତାରିଖ ଦିନ ପ୍ରଥମ ଥର ସଦନ ବୈଠକ ଡକାଯାଇଥିଲା। ତେବେ ବୈଠକରେ ବିଜେପି ଓ ଆମ ଆଦମୀ ପାର୍ଟି କାଉନସିଲଙ୍କ ମଧ୍ୟରେ ହୋ ହଲ୍ଲା ଓ ହଟ୍ଟଗୋଳ ହେବା ଯୋଗୁ ସଦନ ମୁଲତବୀ କରି ଦିଆଯାଇଥିଲା। ଏହା ପରେ ୨୪ ଜାନୁୟାରୀ ଓ ୬ ଫେବୃଆରୀ ଦ୍ୱିତୀୟ ଓ ତୃତୀୟ ବୈଠକ ମଧ୍ୟ ବିଫଳ ହୋଇଥିଲା। ୩ଟି ଯାକ ବୈଠକ ମେୟର ନିର୍ବାଚନ ବିନା ସ୍ଥଗିତ ହୋଇଥିଲା।  

{"id":749272,"sizeSlug":"full","linkDestination":"none"}

କିଏ କିଏ ଦେଲେ ଭୋଟ?
ଦିଲ୍ଲୀ ମେୟର ନିର୍ବାଚନ ଲାଗି ନିର୍ବାଚନ ମଣ୍ଡଳିର ୨୫୦ ନିର୍ବାଚିତ କାଉନସିଲର, ୭ ଲୋକସଭା ସାଂସଦ, ଦିଲ୍ଲୀର ୩ ରାଜ୍ୟସଭା ସାଂସଦ ଓ ୧୪ ବିଧାୟକ ଭୋଟ ଦେଇଛନ୍ତି। ଦିଲ୍ଲୀ ବିଧାନସଭା ବାଚସ୍ପତି ଗୃହରେ ‘ଆପ୍‌’ର ୧୩ ଓ ବିଜେପିର ଜଣେ ସଦସ୍ୟଙ୍କୁ ମନୋନୀତ କରିଥିଲେ। ମେୟର ନିର୍ବାଚନର ମୋଟ ଭୋଟ ସଂଖ୍ୟା ୨୭୪ ଥିଲା। ଏଣୁ ପ୍ରାର୍ଥୀଙ୍କ ବିଜୟ ଲାଗି ୧୩୮ ଭୋଟ ଜରୁରି ହୋଇଥିବା ବେଳେ ନମ୍ବର ଗେମ ହିସାବରେ ‘ଆପ’କୁ ୧୫୦ଟି ଭୋଟ ମିଳିଥିବା ବେଳେ ବିଜେପିକୁ ୧୧୩ଟି ଭୋଟ ମିଳିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.