suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୨୨ ଦିନ ହେଲା ନିଖୋଜ ଅଛନ୍ତି ସୁମନ ଶେଖରଙ୍କ ଭିଣୋଇ, ଚିନ୍ତାରେ ପୁରା ପରିବାର

24/03/2023 at 12:15 PM

Shekhar Suman

ମୁମ୍ଵାଇ ୨୪।୦୩: ବଲିଉଡ ଅଭିନେତା ତଥା ଟିଭି ହୋଷ୍ଟ ଶେଖର ସୁମନ।ତାଙ୍କ ପରିବାର ବିଷୟରେ ଏକ ବଡ ଖବର ଆସୁଛି। ଅଭିନେତାଙ୍କ ଭଉଣୀ ସାଲୋନି କୁମାରୀଙ୍କ ସ୍ଵାମୀ ଡକ୍ଟର ସଞ୍ଜୟ କୁମାର ଗତ ୨୨ ଦିନ ନିଖୋଜ ଅଛନ୍ତି। ଏଭଳି ପରିସ୍ଥିତିରେ ସଞ୍ଜୟଙ୍କ ଚିନ୍ତାରେ ତାଙ୍କ ପରିବାରର ଅବସ୍ଥା ବିଗିଡି ଯାଇଛି। ବିଶେଷକରି ତାଙ୍କ ପତ୍ନୀ ସାଲୋନି କାନ୍ଦୁଛନ୍ତି।

ଶେଖର ସୁମନଙ୍କ ତାଙ୍କ ଭଉଣୀର ଯନ୍ତ୍ରଣା ଦେଖିପାରୁ ନାହାଁନ୍ତି । ଏଭଳି ପରିସ୍ଥିତିରେ ସେ ବର୍ତ୍ତମାନ ସିବିଆଇକୁ ସାହାଯ୍ୟ ମାଗିଛନ୍ତି। ଶେଖର ସୁମନଙ୍କ ଭଣୋଇ ନାଳନ୍ଦା ମେଡିକାଲ କଲେଜ ହସପିଟାଲର ଜଣେ ଡାକ୍ତର ।ତାଙ୍କୁ ଗତ ୨୨ ଦିନ ଧରି ମିଳିଲା ନାହିଁ। ପୋଲିସ ଦୀର୍ଘ ଦିନ ଧରି ତାଙ୍କୁ ଖୋଜୁଥିଲା, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ହାତରେ କିଛି ପତ୍ତା ମିଳିନାହିଁ।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶେଖର ସୁମନ ଏବେ ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି। ଶେଖର ଏବଂ ତାଙ୍କ ପରିବାର ଏହି ମାମଲାରେ ସିବିଆଇ ତଦନ୍ତ ଚାହୁଁଛନ୍ତି। ଶେଖର କହିଛନ୍ତି ଯେ ଗତ  ଦିନ ଧରି ପୋଲିସ ତାଙ୍କ ଭିଣୋଇଙ୍କୁ ଖୋଜୁଛି। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ କୌଣସି ସୂଚନା ମିଳିନାହିଁ। ଏହା ବ୍ୟତୀତ ଅଭିନେତା ବିହାରର ମୁଖ୍ୟମନ୍ତ୍ରୀ ଏବଂ ଡେପୁଟି ସିଏମ୍ଙ୍କୁ ମଧ୍ୟ ଭେଟିଛନ୍ତି ଏବଂ ସାହାଯ୍ୟ ମାଗିଛନ୍ତି। ଯାହାଫଳରେ ସେ ଶୀଘ୍ର ସିବିଆଇକୁ ହସ୍ତାନ୍ତର କରିପାରିବେ।

   Related Posts