ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଡିଜାଇନର ଶାଢୀରେ କିଲର ଲୁକ୍‌ ଦେଲେ ଶେହନାଜ୍, ଦିୱାନା ହେଲେ ଫ୍ୟାନ୍ସ

1/09/2022 at 2:19 PM

ମୁମ୍ଵାଇ ୦୧।୦୯: ପଞ୍ଜାବର କ୍ୟାଟ୍ରିନା ଶେହନାଜ ଗିଲ୍। ନିଜ ସରଳତା ଆଉ ସୁନ୍ଦରତାରେ ହଜାର ହଜାର ଲୋକଙ୍କ ହୃଦୟ ଜିତନ୍ତି। ଜୀବନରେ ଝଡ ଆସିବା ପରେ ଏବେ ନୁଆ ସାହସ ଓ ନୁଆ ରୂପରେ ଦେଖିବାକୁ ମିଳିଛି। କିନ୍ତୁ ତାଙ୍କ ସରଳତା ଏବେ ବି ଦର୍ଶକଙ୍କ ହୃଦୟରେ ବାନ୍ଧି ରଖିଛି। ସେ ଗୋଟିଏ ପରେ ଗୋଟିଏ ସଫଳତାର ସିଢି ଚଢି ଚାଲିଛନ୍ତି। ଶେହନାଜ ଖୁବ୍‌ ଶୀଘ୍ର ସଲମାନ୍‌ଙ୍କ ଫିଲ୍ମ କଭି ଇଦ୍‌ କଭି ଦିୱାଲୀରେ ଆସିବେ ।

Shehnaaz Gill gets dolled up in ivory Manish Malhotra saree and stylish  blouse, drops new pics on Instagram: See here | Fashion Trends - Hindustan  Times

ନିକଟରେ ଫିଲ୍ମଫେୟାର୍ ଆୱାର୍ଡ ପାଇଁ ଶେହନାଜ୍ ମନୀଷ୍ ମଲହୋତ୍ରାଙ୍କ ଡିଜାଇନର୍ ଶାଢୀ ପିନ୍ଧିଥିଲେ। ଯେଉଁଥିରେ ଶେହନାଜ୍‌ଙ୍କ କିଲର୍ ସ୍ବାଗ୍ ଫ୍ୟାନ୍ସଙ୍କ ହୋସ୍ ଉଡାଉଛି। ତାଙ୍କର ହଟ୍ ଲୁକ୍ ସମସ୍ତଙ୍କୁ ମତୁଆଲା କରିଛି। ସମସ୍ତଙ୍କ ନଜର ତାଙ୍କ ଆଡକୁ ଯାଇଥିଲା।  ଶେହନାଜ୍‌ଙ୍କ ଏହି  ଶାଢୀରେ ଫଟୋସୁଟ୍ ଦେଖି କିଛି ଫ୍ୟାନ୍ସ ଭାବୁକ ହୋଇଯାଇଛନ୍ତି। ସବୁ ଠାରୁ ବଡ କଥା ଦିନେ ଶେହନାଜ୍ ଏକ ଭିଡିଓ ସେୟାର୍ କରିଥିଲେ। ଯେଉଁଥିରେ ସେ କହିଥିଲେ “ଦିନେ ପିନ୍ଧିବା ପାଇଁ ଭଲ ପୋଷାକ ନଥିଲା କିନ୍ତୁ ଏବେ ଏତେ ସୁନ୍ଦର ସୁନ୍ଦର ପୋଷାକ ଗଦା ହୋଇଯାଇଛି। “ ଏଭଳି କହି ବେଶ୍ ମନ ଖୁସିରେ ଫ୍ୟାନ୍ସଙ୍କୁ ଧନ୍ୟବାଦ୍ ଜଣାଇଥିଲେ ଶେହନାଜ୍।

Shehnaaz Gill Styles 'Chikankari' Saree From Manish Malhtora With Tasseled  Blouse, Brides Take Note

ଖାଲି ସେତିକି ନୁହେଁ, ବିଗ୍ ବସ୍ ଶୋ ରେ ଥିବା ବେଳେ ଶେହନାଜ୍ ସିଦ୍ଧାର୍ଥଙ୍କୁ ଡ୍ରେସ୍ ନଥିବା କଥା କହିଥିଲେ। ସେହି ସମୟରେ ମାହି ବିଜ୍ ତାଙ୍କ ପାଇଁ ଡିଜାଇନର୍ ଡ୍ରେସ୍ ଭଡାରେ ଆଣିଥିଲେ। ବର୍ତ୍ତମାନ ଶେହନାଜ୍ ମନୀଷ ମଲହୋତ୍ରାଙ୍କ ଭଳି ଜଣେ ଏତେ ବଡ ଡିଜାଇନଙ୍କ ଶାଢୀ ପିନ୍ଧି ଯେଉଁ ଫଟୋ ସେୟାର୍ କରିଛନ୍ତି, ତାକୁ ଦେଖି ଫ୍ୟାନ୍ସ ବହୁତ୍ ଖୁସି ଅଛନ୍ତି। ଚାରିଆଡୁ ଖୁବ୍ ପ୍ରଶଂସା କରାଯାଉଛି। ଖୁବ୍ ଶୀଘ୍ର ବଡ ପରଦାରେ ସଲମାନ ସହ ଶେହନାଜ୍‌ଙ୍କ ଯାଦୁ ଦେଖିବାକୁ ସମସ୍ତେ ଚାହିଁବସିଛନ୍ତି। 

   Related Posts