ପାକିସ୍ତାନ ୱେବ୍‌ସାଇଟ୍‌ରେ ଭାଇରାଲ୍‌ ହେଲେ ଶେହନାଜ୍‌, ଭିଡିଓରେ ଏମିତି କମେଣ୍ଟ କଲେ PAK ଅଭିନେତ୍ରୀ

Published By : Prameya-News7 Bureau | September 05, 2022 IST

ମୁମ୍ଵାଇ ୦୫।୦୯: ‘ବିଗ୍‌ ବସ୍‌-୧୩’ ଫେମ୍‌ ଶେହନାଜ୍‌ ଗିଲ୍‌ । ସମସ୍ତେ ଜାଣନ୍ତି ଶେହନାଜଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ଦେଶ ତଥା ବିଦେଶର ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଅଭିନେତ୍ରୀ ଶେହନାଜ ଗିଲଙ୍କ ଉପରେ ପ୍ରେମ ବର୍ଷା କରୁଥିବାର ଦେଖିବାକୁ ମିଳିଛି। କିନ୍ତୁ ନିକଟରେ ପଡୋଶୀ ଦେଶ ପାକିସ୍ତାନରେ ଶେହନାଜଙ୍କ ଖବର ସାମ୍ନାକୁ ଆସିଛି।

{"id":680441,"width":778,"height":559,"sizeSlug":"full","linkDestination":"none"}

ବାସ୍ତବରେ, କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଶେହାନାଜଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା, ଏହି ଭିଡିଓରେ ଶେହନାଜ୍‌ ପାପାରାଜିଙ୍କୁ କିଛି କହୁଥିବାର ଦେଖାଯାଇଥିଲା। ତାଙ୍କର ଏହି ସୁନ୍ଦର ଶୈଳୀ ପାକିସ୍ତାନରେ ମଧ୍ୟ ତାଙ୍କ ହୃଦୟ ଜିତିଥିଲା। ଶେହନାଜଙ୍କ ଫ୍ୟାନ୍ ତଥା ପାକ୍ ଅଭିନେତ୍ରୀ ୟଶମା ଗିଲ ମଧ୍ୟ ବ୍ରିଗେଡରେ ଏଣ୍ଟ୍ରି କରିଛନ୍ତି। ଶେହନାଜଙ୍କ ଭାଇରାଲ ଭିଡିଓ ଉପରେ କମେଣ୍ଟ ଦେଇ ୟଶମା ଚର୍ଚ୍ଚାକୁ ଆସିଥିଲେ। କହିବାକୁ ଗଲେ ସେ କହିଥିଲେ ସ୍ମାଇଲ ଆଇକନ୍ ଏବଂ Ayiiii ଲେଖି ଶାହନାଜଙ୍କ ଏହି ଭିଡିଓ ଉପରେ କମେଣ୍ଟ ଦେଇଛନ୍ତି ....। ପାକିସ୍ତାନୀ ୱେବସାଇଟ ଡେଲି ପାକିସ୍ତାନ ଡଟ୍ କମ୍‌ରେ ଶେହନାଜଙ୍କ ବିଷୟରେ ଏକ ଖବର ପୋଷ୍ଟ କରାଯାଇଥିଲା। ପୋଷ୍ଟ କରାଯାଇଛି - ୟଶମା ଗିଲ୍ ବିଗ୍ ବସ୍ ଫେମ୍‌ ଶେହନାଜ୍ ଗିଲ୍ ଉପରେ ପ୍ରେମ ବର୍ଷା କରୁଛନ୍ତି । ଯାହା ବର୍ତ୍ତମାନ ଭାଇରାଲ୍‌ ହେବାରେ ଲାଗିଛି ।

ବିଗ୍ ବସ୍ ଶୋ ପରେ ଲାଇମଲାଇଟ୍ ଭିତରକୁ ଆସିଥିବା ଶେହନାଜ୍ ଗିଲ୍ ଭାରତୀୟ ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ ପାଲଟିଛନ୍ତି। ଏହାର କାରଣ ହେଉଛି କେବଳ ଭାରତରେ ନୁହେଁ ଭାରତ ବାହାରେ ଥିବା ଦେଶରେ ମଧ୍ୟ ତାଙ୍କର ଅପଡେଟ୍‌ ଗୁଡିକ ପ୍ରାଧାନ୍ୟ ବିସ୍ତାର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.