କ’ଣ ବଦଳିଗଲେଣି ଶେହନାଜ୍ ? ୟୁଜର୍ସ କହିଲେ-ଅହଂକାରୀ
11/09/2022 at 9:29 AM

ମୁମ୍ଵାଇ ୧୧।୦୯: ବିଗ୍ ବସ୍ ସିଜିନ୍-୧୩ର ଫେମ୍ ଶେହନାଜ୍ ଗିଲ୍ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ବେଶ ଆଲୋଚନାରେ ରୁହନ୍ତି। ରିଆଲିଟି ଶୋ ବିଗ୍ ବସ୍ ରେ ଶେହାନାଜ କେବଳ ଦର୍ଶକ ନୁହଁନ୍ତି ସଲମାନ ଖାନଙ୍କ ପ୍ରିୟ ପ୍ରତିଯୋଗୀ ମଧ୍ୟ ଥିଲେ। ଏହି ଶୋ’ପରେ ମଧ୍ୟ ଶେହନାଜଙ୍କ ଫ୍ୟାନ୍ସ ଫଲୋର୍ସ ବଢିବାରେ ଲାଗିଥିଲେ। କିନ୍ତୁ ବର୍ତ୍ତମାନ ଶେହନାଜ୍ ବଦଳି ଯାଇଛନ୍ତି। ଏହା ଆମ ନୁହେଁ ବରଂ ନେଟେନିଜେନମାନେ କହୁଛନ୍ତି । ତାଙ୍କ ଖରାପ ଆଚରଣ ପାଇଁ ଶେହନାଜଙ୍କୁ ଟ୍ରୋଲ କରାଯାଉଛି । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ନିକଟରେ ଶେହନାଜଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ତାଙ୍କ ପ୍ରଶଂସକମାନେ ତାଙ୍କ ମନୋଭାବ ଦେଖି ଭଲ ଅନୁଭବ କରିନାହାନ୍ତି। ଇଣ୍ଡଷ୍ଟ୍ରିରେ ଅଳ୍ପ ସମୟ ମଧ୍ୟରେ ତାଙ୍କ ପ୍ରଶଂସକଙ୍କ ପ୍ରତି ଖରାପ ମନୋଭାବ ଦେଖାଇଥିବାରୁ ସୋସିଆଲ ମିଡିଆରେ ଶେହନାଜଙ୍କୁ ବହୁତ ଟ୍ରୋଲ କରାଯାଉଛି। ନେଟେନିଜେନ୍ସମାନେ ଶାହନାଜଙ୍କୁ ଅହଂକାରୀ ବୋଲି କହୁଛନ୍ତି। ଭାଇରାଲ୍ ଭିଡିଓରେ ସେ ତାଙ୍କର ସେଟରୁ ଭ୍ୟାନିଟି ଭ୍ୟାନକୁ ଫେରୁଥିଲେ।
ସେଠାରେ ଉପସ୍ଥିତ ଥିବା ପାପାରାଜି ଶେହନାଜଙ୍କ ଫଟୋ କ୍ଲିକ୍ କରିବାକୁ ଅପେକ୍ଷା କରିଥିଲେ। ହେଲେ ଶେହନାଜ୍ କାମ ଅଛି କହିବାରୁ ଜଣେ ଫଟୋଗ୍ରାଫର ଶେହନାଜଙ୍କୁ କେମିତି ଅଛ ପଚାରିବାରୁ ସେ କହିଥିଲେ ଭଲ ନାହାଁନ୍ତି କାହିଁକି ସେ ତାଙ୍କ ପାଇଁ ଔଷଧ ଆଣିବେ କି? ଶାହନାଜ ଯେଉଁ ସ୍ୱରରେ ଉତ୍ତର ଦେଇଥିଲେ ତାହା ପ୍ରକୃତରେ ଭଲ ନଥିଲା । ପ୍ରଶଂସକମାନେ ଶେହନାଜଙ୍କ ଏହି ମନୋଭାବକୁ ପସନ୍ଦ କରୁନଥିଲେ ଏବଂ ସେମାନେ ତାଙ୍କୁ ଅଭଦ୍ରାମି ବୋଲି କହିଥିଲେ। ଏହା ସହ ଶେହନାଜ କେତେ ପରିବର୍ତ୍ତନ ହୋଇଯାଇଛନ୍ତି। ତା ସହ ଅହଂକାରୀ ପାଲଟି ଯାଇଛନ୍ତି ।ଏହି ଭିଡିଓ ଭାଇରାଲ ହେବା ପରେ, ୟୁଜର୍ସମାନେ ତାଙ୍କ ଉପରେ ରାଗିଛନ୍ତି।