ସିଦ୍ଧାର୍ଥଙ୍କୁ ଦେଖି ଇମୋସ୍‌ନାଲ୍‌ ହେଲେ ଶେହନାଜ୍…ଭିଡିଓ ଭାଇରାଲ

Published By : Prameya-News7 Bureau | February 18, 2020 IST

ମୁମ୍ବାଇ୧୮|୨: 'ବିଗ ବସ୍‌ ୧୩' ଶେଷ ହେବା ପରେ ଏବେ ଶେହନାଜଙ୍କର ନୂଆ ଶୋ’ ମୁଝସେ ଶାଦୀ କରୋଗେ ଆରମ୍ଭ ହୋଇସାରିଛି। 'ବିବି' ହାଉସ୍‌ର ଏଣ୍ଟରଟେନମେଣ୍ଟ କୁଇନ୍‌ ଶେହନାଜ୍‌ ଓ ପାରସ ଛାବ୍ରା ଏବେ କଲର୍ସରେ ଏହି ଶୋ' କରୁଛନ୍ତି। ଏଠାରେ ପାରସ୍ ଓ ଶେହନାଜ୍‌ ନିଜ ନିଜ ପାଇଁ ଲାଇଫ୍‌ପାର୍ଟନର୍ ଖୋଜୁଛନ୍ତି। ତେବେ ଏହି ଶୋ'ରେ ଶେହନାଜ୍‌ଙ୍କୁ ଇମୋସ୍‌ନାଲ୍‌ ହେବାର ଦେଖିବାକୁ ମିଳିଛି।

{"id":225952,"sizeSlug":"large"}

ବିଗ୍‌ବସ୍‌ ଶୋ'ରେ ସବୁଠୁ ଅଧିକ ଚର୍ଚ୍ଚା ହୋଇଥିଲା ଶେହନାଜ୍‌ ଗିଲ୍ଲ୍ ଓ ସିଦ୍ଧାର୍ଥ ଶୁକ୍ଳାଙ୍କ ରିଲେସନଶିପ୍‌ । ଦର୍ଶକ ଏମାନଙ୍କୁ ଏକାଠି ଦେଖିବାକୁ ବହୁତ ପସନ୍ଦ କରୁଥିଲେ। ସୋସିଆଲ ମିଡିଆରେ ଉଭୟଙ୍କ ନାଁ ଟ୍ରେଣ୍ଡରେ ଅଛି। 'ସିଡ୍‌ନାଜ୍‌' ନାଁରେ ହ୍ୟାସ୍‌ଟ୍ୟାଗ୍‌ ବେଶ୍ ଅଧିକ ଟ୍ରେଣ୍ଡ କରିଥିଲା। ଶୋ'ରେ ଏମାନଙ୍କ ଭିତରେ କେବେ ପ୍ରେମ ତ କେବେ ଝଗଡା ଦେଖିବାକୁ ମିଳିଥିଲା। ତେବେ ପୁଣିଥରେ ସିଦ୍ଧାର୍ଥ ଓ ଶେହନାଜ୍‌ଙ୍କୁ ଦେଖିବାକୁ ମିଳିବ। ଶେହନାଜ୍‌ଙ୍କ ନୂଆ ଶୋ' 'ମୁଝ୍‌ସେ ଶାଦୀ କରୋଗେ'ରେ ସାମିଲ ହୋଇଛନ୍ତି ସିର୍ଦ୍ଧାର୍ଥ।

{"id":225953,"sizeSlug":"large"}

ଶୋ'ର ଏକ ପ୍ରୋମୋ ଭାଇରାଲ ହୋଇଛି। ଏଥିରେ ସିଡ୍‌ନାଜଙ୍କୁ ଦେଖିବାକୁ ମିଳିଛି। ଶୋ'କୁ ସିଦ୍ଧାର୍ଥ ଶେହେନାଜ୍‌ଙ୍କୁ ଭେଟିବା ପାଇଁ ଆସିଛନ୍ତି । ଶେହନାଜଙ୍କ ଆଖିରେ ପଟି ବାନ୍ଧାଯାଇଥିଲା। ସିଦ୍ଧାର୍ଥ ଅନ୍ୟମାନଙ୍କ ସହ ଲାଇନ୍‌ରେ ଛିଡ଼ା ହୋଇଥିଲେ। ଏହା ପରେ ଦେଖିବାକୁ ମିଳିଛି ଯେ, ଶେହନାଜ ସ୍ପର୍ଶ କରି ସିଦ୍ଧାର୍ଥଙ୍କୁ ଚିହ୍ନି ଯାଉଛନ୍ତି।

{"id":225954,"sizeSlug":"large"}

ସେତେବେଳେ ଶେହନାଜ ସାମ୍ନାରେ ସିଦ୍ଧାର୍ଥଙ୍କୁ ଦେଖି ତୁରନ୍ତ ତାଙ୍କୁ କୁଣ୍ଢେଇ ପକାଇଛନ୍ତି। ଏହି ସମୟରେ ଶେହନାଜ୍‌ଙ୍କ ଆଖିରେ ଲୁହ ମଧ୍ୟ ଦେଖିବାକୁ ମିଳିଛି ସୂଚନାଯୋଗ୍ୟ ଯେ,ସିଦ୍ଧାର୍ଥ ଏହି ଶୋ'ରେ ଶେହନାଜ୍‌ଙ୍କୁ ତାଙ୍କ ପାର୍ଟନର୍‌ ଖୋଜିବାରେ ସାହାଯ୍ୟ କରିବେ। ତେବେ ଶୋ'ରେ ସିଦ୍ଧାର୍ଥଙ୍କ ବ୍ୟତୀତ ରଶ୍ମି ଦେଶାଇଙ୍କର ମଧ୍ୟ ଏଣ୍ଟ୍ରି ହେବ। 'ମୁଝ୍‌ସେ ଶାଦୀ କରୋଗେ'ର ଅପକମିଂ ଏପିସୋଡ୍‌ ବେଶ୍ ମଜେଦାର୍‌ ହେବ।

wp:core-embed/instagram {"url":"https://www.instagram.com/tv/B8rcCdjBB1X/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/tv/B8rcCdjBB1X/?utm_source=ig_embed
/wp:core-embed/instagram

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.