ବ୍ଲାକ ସର୍ଟ ଡ୍ରେସରେ ଗ୍ଲାମରସ ଫଟୋ ସୁଟ୍ କଲେ ଶେହନାଜ, ଅନ୍ଦାଜ ଦେଖି ଫ୍ୟାନ୍ସ କହିଲେ ଏମିତି କିଛି...

Published By : Prameya-News7 Bureau | May 17, 2022 IST

ମୁମ୍ୱାଇ ୧୭/୦୫: ପ୍ରଶଂସକଙ୍କ ହୃଦୟରେ ଲୋକପ୍ରିୟ ଅଭିନେତ୍ରୀ ଶେହନାଜ ଗିଲ ସଫଳତାର ଶୀର୍ଷ ଛୁଇଁଛନ୍ତି । ଟିଭି ଜଗତରେ ରାଜ୍ କରିବା ପରେ ଶେହନାଜ ଗିଲ୍ ବର୍ତ୍ତମାନ ବଲିଉଡରେ ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଛନ୍ତି । ଆଗକୁ ତାଙ୍କୁ ସଲମାନ ଖାନଙ୍କ ଫିଲ୍ମ କଭି ଇଦ୍ କଭି ଦିୱାଲୀରେ ଦେଖିବାକୁ ମିଳିବ ।

କିନ୍ତୁ ଡେବ୍ୟୁ ଚଳଚ୍ଚିତ୍ର ପୂର୍ବରୁ ଶେହନାଜ ଗ୍ଲାମରସ ଫଟୋସୁଟ୍ କରିଛନ୍ତି । ଆଉ ତାଙ୍କ ସୁପର ଷ୍ଟାଇଲିସ୍ ଅବତାର ସହିତ ପ୍ରଶଂସକ ତାଜୁବ ହୋଇଛନ୍ତି । ପ୍ରସିଦ୍ଧ ସେଲିବ୍ରିଟି ଫଟୋଗ୍ରାଫର ଡବୁ ରତ୍ନାନୀଙ୍କ ଦ୍ୱାରା ଶେହନାଜ ଗିଲ ନିକଟରେ ଏକ ସିଜଲିଙ୍ଗ ଫଟୋସୁଟ କରିଥିଲେ ।

wp:html
/wp:html

ଫଟୋସୁଟରେ ଗିଲ୍ ତାଙ୍କର ଡ୍ରିମ ଫଟୋ ସବୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହାକୁ ଦେଖିବା ପରେ ଫ୍ୟାନ୍ସ ମଧ୍ୟ ତାଙ୍କ ଦିଓ୍ୱାନା ହେବାରେ ଲାଗିଛନ୍ତି । ତାଙ୍କ ସୌନ୍ଦର୍ଯ୍ୟକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ନୂଆ ଫଟୋସୁଟର ଛବିରେ ଶେହନାଜ ଗିଲ୍ ଏକ ବ୍ଲାକ ଲେଦର ସର୍ଟ ଡ୍ରେସରେ ନିଜର ଗ୍ଲାମରସ ଷ୍ଟାଇଲକୁ ଚିତ୍ରିତ କରୁଛନ୍ତି ।

ବ୍ଲାକ୍ ପୋଷାକ ସହିତ ବ୍ଲାକ୍ ଆଇସ୍ୟାଡେ ସାହାଯ୍ୟରେ ଶେହନାଜ ଏକ ସ୍କକି ଆଖି ଲୁକ୍ ସୃଷ୍ଟି କରିଛନ୍ତି । ଲାଲ୍ ଲିପଷ୍ଟିକ୍, ବ୍ଲସର୍ ଏବଂ ହାଇଲାଇଟ୍ ପ୍ରୟୋଗ କରି ଅଭିନେତ୍ରୀ ନିଜର ମେକଅପକୁ ଏମିତି ସଜାଇଛନ୍ତି, ଦେଖିଲେ ଜଣାପଡୁଛି ବଲିଉଡ ଅଭିନେତ୍ରୀଙ୍କୁ ପଛରେ ପକାଇଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.